Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଏକ ମାଆର କୋହ ଭରା କଥା- ‘ମନୁଷ୍ୟକୃତ ଦୁର୍ଭିକ୍ଷ ନିର୍ଯ୍ୟାତନା ପରି, ରାତିରେ ପିଲାଙ୍କ ଭୋକ ଦେଖି ଶୋଇ ପାରୁନି’, ପୃଷ୍ଟିହୀନତା ଯୋଗୁଁ ୮୫ହଜାର ଶିଶୁଙ୍କର ମୃତ୍ୟୁ – ଏହି ଦେଶରେ ଘଟିଛି ଦୁଃଖଦ ଘଟଣା

27/10/2019 at 7:09 PM

ୟେମେନ- ୟେମନରେ ଏବେ ଦୁର୍ଭିକ୍ଷ ପଡିଛି । ଖାଇବା ପାଇଁ ଖାଦ୍ୟ ଓ ପିଇବା ପାଇଁ ପାଣିର ବଡ ଅସୁବିଧା । ଏବେ ଲୋକମାନେ ଠିକ୍‌ ଭାବରେ ଖାଦ୍ୟ ପାଉ ନାହାନ୍ତି । ଛୋଟ ପିଲାଙ୍କ ଅବସ୍ଥା ସବୁଠାରୁ ଶୋଚନୀୟ । ଏକ ରିପୋର୍ଟ ଅନୁସାରେ ଦୁର୍ଭିକ୍ଷ ଯୋଗୁଁ ୮୫ ହଜାର ପିଲାଙ୍କର ଜୀବନ ଚାଲିଗଲାଣି । ଏହି ପିଲାମାନଙ୍କ ବୟସ ମାତ୍ର ୫ ବର୍ଷ ଭିତରେ ।

ୟେମନରେ ଦୁର୍ଭିକ୍ଷ ମନ୍ୟୁଷ୍ୟକୃତ । ଶାସନର ଲାଳସାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୃହଯୁଦ୍ଧ ଚାଲିଛି। ବିକାଶକୁ ଛାଡି ଲୋକ ଏବେ ବିନାଶ ପଛରେ । ଚାଷ ବାସ କଥା ଛାଡନ୍ତୁ । ଏବେ ଏହି ଦେଶରେ ଯୁଦ୍ଧ ଯୋଗୁଁ ଠିକ୍‌ ଭାବରେ ରିଲିଫ୍‌ କାର୍ଯ୍ୟ ବି ହୋଇ ପାରୁନାହିଁ ।

ଏଠାରେ କାମ କରୁଥିବା ବିଭିନ୍ନ ଅନ୍ତର୍ଜାତୀୟ ଏନ୍‌ଜିଓ ଅତି ଶୀଘ୍ର ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ୟୁଏନ୍‌ ବା ମିଳିତ ଜାତିସଂଘର ତଥ୍ୟ ଅନୁସାରେ ୟେମନରେ ଏବେ ଅତିଭୀଷଣ ଦୁର୍ଭିକ୍ଷ ଦେଖାଦେଇଛି । ପୃଷ୍ଟିହୀନତାରେ ୧୩ ଲକ୍ଷରୁ ଅଧିକ ପିଲା ଏବେ ଭୋକ ବିକଳରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଅନେକଙ୍କର ଜୀବନ ବି ଗଲାଣି । ମୃତ ପିଲାଙ୍କ ସଂଖ୍ୟା ୮୫ହଜାରୁ ଅଧିକ । ବାପା ମାଆ ବି ନାଚର ।
ସାଉଦି ସମର୍ଥିତ ଗୋଷ୍ଠୀ ବିତାଡିତ ସରକାରଙ୍କୁ ଶାସନ କ୍ଷମତାକୁ ଆଣିବା ପାଇଁ ଯୁଦ୍ଧ କରୁଛି । ଏବେ ଦେଶର ୧୪୦ ଲକ୍ଷ ଲୋକ ଦୁର୍ଭିକ୍ଷ କବଳରେ ।

ବିପକ୍ଷ ହାଉଥି ଗୋଷ୍ଠୀଙ୍କୁ ଦୁର୍ବଳ କରିବା ପାଇଁ ସାଉଦି ଆରବ ଏହାର ସୀମାକୁ ସିଲ୍‌ କରି ଦେଇଛି । ୟେମନରେ ୮୦ ପ୍ରତିଶତ ଯୋଗାଣ ଏହି ରାସ୍ତାରେ ହୋଇଥାଏ ।

ଯୁଦ୍ଧ ଯୋଗୁ ଏନ୍‌ଜିଓ ମାନେ ବିଭିନ୍ନ ସ୍ଥାନରେ ରିଲିଫ୍‌ ଯୋଗାଇ ପାରୁ ନାହାନ୍ତି । ଏଥିପାଇଁ ଅବସ୍ଥା ଆହୁରି ଖରାପ ହୋଇଯାଉଛି । ଲୋକମାନଙ୍କ ନିକଟରେ ଯୁଦ୍ଧ ଯୋଗୁଁ କାମ ନଥିବାରୁ ଜିନିଷ ବି କିଣି ପାରୁନାହାନ୍ତି ।

ଏବେ ଜାତିସଂଘ ଶାନ୍ତି ପାଇଁ ଆଲୋଚନା କରିବାକୁ ଦୁଇ ପକ୍ଷକୁ ନିବେଦନ କରିଛନ୍ତି ।

   Related Posts