କୋହଲା ପାଗ ସାଙ୍ଗକୁ ବର୍ଷା : ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | January 10, 2020 IST

ଭୁବନେଶ୍ବର ୧୦।୧: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ଝିପ ଝିପ ବର୍ଷା ଲାଗି ରହିଛି । ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲିଠାରୁ ବର୍ଷା କମିବା ସହ ପାଗରେ ପାଗରେ ପରିବର୍ତ୍ତନ ହୋଇପାରେ । ବିଭିନ୍ନ ସ୍ଥାନରେ କୁହୁଡି ଦେଖାଯିବା ସହ ଥଣ୍ଡା ବଢିବ ।

କେନ୍ଦୁଝରରେ ୧୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ବାରିପଦାରେ ୮.୬, ସମ୍ବଲପୁରରେ ୩.୮ ମିମି ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କେନ୍ଦୁଝର, ବାରିପଦା, ଭବାନୀପାଟଣା, ପାରାଦୀପରେ କୁହୁଡି ପରିଲକ୍ଷିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.