ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା : ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର ୩।୧: ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା ଲାଗିରହିଛି । ଆସନ୍ତାକାଲି ମଧ୍ୟ କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜ । ଏହିସବୁ ଜିଲ୍ଲାରେ ଘଡଘଡି ସହ ସ୍ବଳ୍ପ ଧରଣର ବର୍ଷା ସମ୍ଭାବନା ରହିଛି ।

୬ ତାରିଖରୁ ପାଗରେ ପରିବର୍ତ୍ତନ, ପୁଣି ଶୀତ ଫେରିବ । ରାଜ୍ୟରେ ଶୀତ ସାଙ୍ଗକୁ ମେଘୁଆ ପାଗ ଲାଗି ରହଛି । ଭୁବନେଶ୍ବର ସମେତ ଦକ୍ଷିଣ ଓଡିଶାରେ ସ୍ବଳ୍ପ ଧରଣର ବର୍ଷା ହୋଇଛି । ଅନ୍ୟ ଅଞ୍ଚଳରେ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ।

ଅନ୍ୟପଟେ ଜାଡରେ ଥରୁଛି ସାରା ଓଡିଶା, ଆଉ ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ବେଶି ଦେଖିବାକୁ ମିଳିଛି । ସୁନ୍ଦରଗଡରେ ସନ୍ଧ୍ୟା ୭ଟା ହେଲେ ରାସ୍ତା ଘାଟ ଶୂନଶାନ ହୋଇଯାଉଛି । ଠିକ୍ ସେହିପରି ସକାଳ ୧୦ଟା ପୂର୍ବରୁ କେହି ପଦାକୁ ବାହାରୁ ନାହାନ୍ତି । ଆଉ ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବସୁଛନ୍ତି ଲୋକେ । ସୁନ୍ଦରଗଡରେ ଲାଗି ରହିଥିବା ଶୀତ ପ୍ରଭାବ ଲାଗରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.