ଘନ କୁହୁଡି ବଳୟରେ ରାଜ୍ୟର ଅଧିକାଂଶ ସହର, ୧୫ରୁ ଅଧିକ ସହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
18/01/2020 at 10:37 AM

ଭୁବନେଶ୍ବର ୧୮।୧: ଶୀତ କମିଛି ହେଲେ ଓଡିଶାର ଅଧିକାଂଶ ଅଞ୍ଚଳ ଏବେ ଘନ କୁହୁଡି ବଳୟରେ ରହିଛି । ୨୨ ତାରିଖ ପର୍ଯ୍ୟନ୍ତ ୧୫ରୁ ଅଧିକ ସହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୪ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ଏବଂ ଶୀତ କମ୍ ରହିବ । କିନ୍ତୁ ୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ କୁହୁଡି ହେବ ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି, ସୋନପୁର, ସମ୍ବଲପୁର, ଦେବଗଡ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।