ଆଜିଠାରୁ ୨୧ତାରିଖ ଯାଏଁ ଘଡଘଡି ସହ ବର୍ଷା, କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୩: ଆଜିଠାରୁ ପାଗରେ ଆସିବ ପରିବର୍ତ୍ତନ । ଆଜିଠାରୁ ୨୧ ତାରିଖ ଯାଏଁ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ଆଭ୍ୟନ୍ତରୀଣ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ଘଡଘଡି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବୁଧବାର ସୋନପୁର, ସମ୍ବଲପୁର, କେନ୍ଦୁଝର, କଟକ, ବାଲେଶ୍ବର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ୨୦ ତାରିଖ ପାଇଁ ସୁନ୍ଦରଗଡ ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, କଟକ, ଭୁବନେଶ୍ବରରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.