୧୪ ତାରିଖ ଯାଏଁ ବର୍ଷା, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Published By : Prameya-News7 Bureau | March 10, 2020 IST

ଭୁବନେଶ୍ବର ୧୦।୩: ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡ଼ିଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାସହ କିଛି ସମୟ ପାଇଁ ୩୦ରୁ ୪୦କି.ମି. ବେଗରେ ପବନ ବୋହିବାର ସମ୍ଭାବାନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, କନ୍ଧମାଳ ଆଦି ଜିଲ୍ଲାରେ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପଗ ବିଭାଗ । ​‌

ତେବେ ଏଭଳି ପାଗ ଆହୁରି ୪ ଦିନ ରହିବାକୁ ଥିବାବେଳେ, ତାପମାତ୍ରାରେ ବିଶେଷ ଫରକ ଆସିବନି । ୧୪ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହିତ, ପାରଦ ଉପର ମୁହାଁ ହେଇପା​ରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.