ବ୍ଲାକ୍‌, ହ୍ବାଇଟ୍‌ ଆଉ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମିତ ଚିହ୍ନଟ, କରୋନା କାଳରେ ନୂଆ ଆହ୍ବାନ

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪/୫: କଳ, ଧଳା ଆଉ ଏବେ ହଳଦିଆ (ୟେଲୋ) କବକ ସଂକ୍ରମଣ ଦେଶରେ ଚିନ୍ତା ବଢ଼ାଇଛି। ଦେଶରେ କରୋନା ଦ୍ବିତୟ ଲହର ଘାତକ ହୋଇଥିବା ବେଳେ ଫଙ୍ଗସ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ବ୍ଲାକ୍‌ ଫଙ୍ଗସ ଏବଂ ହ୍ବାଇଟ୍‌ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ରୋଗୀଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ସମେତ ହ୍ବାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ ମିଳିଛି।

ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ମାମଲା ମିଳିଛି ସେଠାରେ ପୂର୍ବରୁ ୭ ଜଣ ହ୍ବାଇଟ ଫଙ୍ଗସ୍‌ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗାଜିଆବାଦର ସଞ୍ଜୟ ନଗରର ଜଣେ ବାସିନ୍ଦାଙ୍କ ଶରୀରରେ ୩ ପ୍ରକାର ଫଙ୍ଗସ୍‌ ମିଳିଥିବା ବେଳେ ଏବେ ବରିଷ୍ଠ ଇଏନଟି ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।  ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ବ୍ଲାକ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ର ମୋଟ ୨୬ମାମଲା ସାମ୍ନାକୁ ଆସିଛି। ଯଦିଓ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ କିନ୍ତୁ ବିଶେଷଜ୍ଞଙ୍କ ଅନୁମାନ ଠିକ ହେଲେ ଏବେ ଦେଶରେ ୩ ପ୍ରକାର ଫଙ୍ଗସ୍‌ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଇପାରେ।

ଗାଜିଆବାଦରେ ଫଙ୍ଗସ୍‌ ସଂକ୍ରମିତଙ୍କୁ ଚିକତ୍ସା କରୁଥିବା ଜଣେ ବରିଷ୍ଠ ଡାକ୍ତରଙ୍କ ଅନୁସାରେ ପୂର୍ବରୁ ବ୍ଲାକ ଫଙ୍ଗସ ଆଉ ଏବେ ହ୍ବାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ ଉପସ୍ଥିତି ଜାହିର କରିଛି। ଏହା ସହ ଯଦି ଜଣେ ରୋଗୀଙ୍କ ଶରୀରରେ ଉଭୟ କଳା ଏବଂ ଧଳା ଫଙ୍ଗସ୍‌ ମିଳେ ତେବେ ତାଙ୍କ ଚିକିତ୍ସା ଦୁଇ ଗଣ ବଢ଼ାଇବାକୁ ପଡ଼େ। ୟେଲୋ ଫଙ୍ଗସ୍‌ ଦ୍ବାରା ସଂକ୍ରମିତ ହେଲେ ଅସୁସ୍ଥ ଲାଗିବା ସହ କମ୍‌ ଭୋକ ଲାଗିବ, ଓଜନ କମିବା ଭଳି ଲକ୍ଷଣ ଦେଖାଦେବ । ଧିରେ ଧିରେ ଏହା ଶରୀରକୁ କବଜା କରିବା ପରେ ଲକ୍ଷଣ ଅଧିକ ପ୍ରକାଶ ପାଇବ।  ଘା ଶୁଖିବା ଧିମା ପଡ଼ିବା ସହ କୂପୋଷଣ ଏବଂ ଅଙ୍ଗ ବିଫଳତା ଭଳି ଲକ୍ଷଣ ପ୍ରକାଶ ପାଇବ ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.