Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ’ୟେ ହୈ ମୋହବତେଁ’ ଫେମ୍ ଅଭିଷେକ ମଲିକ, ଫଟୋ ସେୟାର କରି ଜଣାଇଲେ ଅଭିନେତା

20/10/2021 at 1:14 PM

ନୂଆଦିଲ୍ଲୀ ୨୦/୧୦: ଟେଲିଭିଜନ ଜଗତର ‘ୟେ ହୈ ମୋହବତେଁ’ ଫେମ୍ ଅଭିନେତା ଅଭିଷେକ ମଲିକ ତାଙ୍କ ଗର୍ଲଫ୍ରେଣ୍ଡ ସୁହାନି ଚୌଧୁରୀଙ୍କୁ ବିବାହ କରିଛନ୍ତି। ଉଭୟ ଅକ୍ଟୋବର ୧୮ ରେ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରି ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଅଭିଷେକ-ସୁହାନି ଚଳିତ ବର୍ଷ ଜାନୁଆରୀ ୨୬ ରେ ନିର୍ବନ୍ଧ କରିଥିଲେ। ବର୍ତ୍ତମାନ ଦୁହେଁ ଅକ୍ଟୋବର ୧୮ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ଅଭିଷେକ ତାଙ୍କ ବିବାହର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମିଷ୍ଟର୍ ଆଣ୍ଡ ମିସେଜ ମଲିକ’, ଏହା ସହିତ ସେ ନାଲି ରଙ୍ଗର ଇମୋଜି ଦେଇଛନ୍ତି।

ସୋସିଆଲ ମିଡିଆରେ ଦେଖାଯାଇଥିବା ଫଟୋରେ ଉଭୟ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥି ସହିତ, ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ତାଙ୍କୁ ଜୀବନର ଏକ ନୂତନ ଯାତ୍ରା ଆରମ୍ଭ ପାଇଁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ବିବାହ ଫଟୋରେ ସୁହାନୀ ଗୋଲାପୀ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି। ସେହିପରି ଅଭିଷେକ ସୁବର୍ଣ୍ଣ ରଙ୍ଗର ଶେରୱାନି ସହିତ ଲାଲ ରଙ୍ଗର ପଗଡିରେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି।

   Related Posts