Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବଢୁଛି ୟେଦୁରପ୍ପାଙ୍କ ଅଡୁଆ, କହିଲେ- ମୁଁ ସେହି ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଯେଉଁ ଦିନ…

6/06/2021 at 4:21 PM

ବେଙ୍ଗାଲୁରୁ ୦୬।୦୬ : କଡଲେଉଟାଉଛି କର୍ଣ୍ଣାଟକ ରାଜନୀତି। ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି ଜୋର ଧରିଛି। ମେଳି କଲେଣି ବିଧାୟକଙ୍କ ଏକ ଗୋଷ୍ଠୀ। ଦିନକୁ ଦିନ ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଫଳରେ ୟେଦୁରପ୍ପାଙ୍କ ଅଡୁଆ ମଧ୍ୟ ବଢିବାରେ ଲାଗିଛି। ଅନେକ ଥର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବିଏସ ୟେଦୁରପ୍ପା ସେ କେବେ ଇସ୍ତଫା ଦେବେ ସେହି ବିଷୟରେ କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୭୮ ବର୍ଷୀୟ ୟେଦୁରପ୍ପା କହିଛନ୍ତି, ମୋତେ ଲାଗୁ ନାହିଁ ଯେ, ରାଜ୍ୟ ବିଜେପିରେ ଏମିତି କିଏ ନେତା ଅଛନ୍ତି ଯିଏ କର୍ଣ୍ଣାଟକର ନେତୃତ୍ଵ ନେଇ ପାରିବ। ତଥାପି ଯେଉଁ ଦିନ ପାର୍ଟିର ହାଇକମାଣ୍ଡ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିବେ, ସେ ସେହି ଦିନ ମୁଁ ଇସ୍ତଫା ଦେଇ ଦେବି । ଅନ୍ୟପଟେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡ. ସିଏନ ଅଶ୍ୱତ ନାରାୟଣ କହିଛନ୍ତି, ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଛାଡିବାର କୌଣସି ପ୍ରଶ୍ନ ଉଠୁନାହିଁ । ପାର୍ଟି ହାଇକମାଣ୍ଡ ଯାହା ନିର୍ଣ୍ଣୟ ନେବେ ଏହାର ପାଳନ କରିବାକୁ ଆମେ ପ୍ରସ୍ତୁତ। କାରଣ ଆମେ ପାର୍ଟିର ଜଣେ ଅସୁଶାସନ ସିପାହୀ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଦିନରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ଅସନ୍ତୋଷର ସ୍ୱର ବଢିବାରେ ଲାଗିଛି । ଯେଉଁ ଗୋଷ୍ଠୀ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରୁଛନ୍ତି ସେହି ଗୋଷ୍ଠୀ ପ୍ରତି ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଦଳୀୟ ସୂତ୍ର ଅନୁଯାୟୀ, ଗତ ଦୁଇ ସପ୍ତାହରେ କେନ୍ଦ୍ରରୁ ଅତି କମରେ ଦୁଇ ଜଣ ବରିଷ୍ଠ ନେତା ୟେଦୁରପ୍ପାଙ୍କୁ ଭେଟିଛନ୍ତି । ଏହି ବୈଠକରେ କଣ ଆଲୋଚନା ହୋଇଛି ଏବଂ କଣ ନିର୍ଣ୍ଣୟ ନିଆଯାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ ।

ରାଜନୈତିକ ବିଶ୍ଳେଷକଙ୍କ ମତରେ ରାଜ୍ୟରେ ପୂର୍ଣ୍ଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ବାକି ରହିଛି । ଏମିତି ସମୟରେ ବିଜେପିକୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଶୀଘ୍ର ନିର୍ଣ୍ଣୟ ନେବାକୁ ପଡିବ । କାରଣ ନିଷ୍ପତି ନେବାରେ ବିଜେପି ଯେତେ ବିଳମ୍ବ କରିବ ତାହା ଦଳ ପ୍ରତି ଅଧିକ ମହଙ୍ଗା ପଡିପାରେ ।

   Related Posts