ୟେଦିୟୁରପାଙ୍କ ସରକାରରେ ରହିବେ ୩ ଜଣ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୧୭ ଜଣ ନୂଆମନ୍ତ୍ରୀ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

Published By : Prameya-News7 Bureau | August 27, 2019 IST

କର୍ଣ୍ଣାଟକ୨୭|୮: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି,ଏସ ୟେଦିୟୁରପାଙ୍କ ସରକାରରେ ତିନିଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି।ଗତ ସୋମବାର ଦିନ ନବ ନିଯୁକ୍ତି ୧୭ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି।  ଅଗଷ୍ଟ ୨୦ ତାରିଖରେ ୧୭ ଜଣ ମନ୍ତ୍ରୀଙ୍କୁ କର୍ଣ୍ଣାଟକ ସରକାରରେ ସାମିଲ କରାଯାଇଥିଲା।

ଗୋବିନ୍ଦ କରଜୋଲ, ଅଶ୍ବଥ ନାରାୟଣ ଓ ଲକ୍ଷ୍ମଣ ସାଓ୍ବାଦି ତିନିଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ବଭାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପା ଦେଇଛନ୍ତି। ଲକ୍ଷ୍ମଣ ସାଓ୍ବାଦୀ ବିଧାନସଭା କିମ୍ବା ବିଧାନ ପରିଷଦ କୌଣସି ସଦନର ସଦସ୍ୟ ନାହାନ୍ତି । ତଥାପି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ  କରିବାରୁ ଶାସକ ଦଳର ବିଧାୟକଙ୍କ ମଧ୍ୟରେ ଅନ୍ତୋଷ ଦେଖାଯାଇଛି।

ପିଡବ୍ଲୁଡି ଓ ସାମାଜିକ କଲ୍ୟାଣ ବିଭାଗର ଦାୟିତ୍ବ ଗୋବିନ୍ଦ କରଜୋଲଙ୍କୁ ମିଳିଛି।ଉଚ୍ଚ ଶିକ୍ଷା, ଆଇଟି ଓ ବିଟି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି  ବିଭାଗର ଦାୟିତ୍ବ ଅଶ୍ବଥ ନାରାୟଣଙ୍କୁ ମିଳିଛି।ପରିବହନ ବିଭାଗର ଦାୟିତ୍ବ ଲକ୍ଷ୍ମଣ ସାଓ୍ବାଦିଙ୍କୁ ମଳିଛି।

ବସବରାଜ ବୋମାଇଙ୍କୁ ଗୃହ ବିଭାଗର ଦାୟିତ୍ବ ଦିଆଯାଇଛି।ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟରଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ଦାୟିତ୍ବ ଦିଆଯାଇଛି।ପୂର୍ବତନ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏସ ଇଶ୍ବରପା ଏବଂ ଆର ଅଶୋକାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦିଆଯାଇଛି। ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ବିଭାଗର ଦାୟିତ୍ବ ଏସ ଇଶ୍ବରପାଙ୍କୁ ମଳିଥିବା ବେଳେ ଆର ଅଶୋକାଙ୍କୁ ରାଜସ୍ବ ବିଭାର ଦାୟିତ୍ବ ଦିଆଯାଇଛି।

ଏସଟି ନେତା ବି ଶ୍ରୀରାମୁଲୁଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ବ ଦିଆଯାଇଛି। ସୁରେଶ କୁମାରଙ୍କୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଭାଗର ଦାୟିତ୍ବ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗମୋହଦ ରେଡ୍ଢୀଙ୍କ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁୟୁରପାଙ୍କ ସରକାରରେ ଏମିତି ପରିବର୍ତ୍ତନ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.