ସରକାରଙ୍କୁ ଘେରିବାକୁ ୟେଚୁରୀ ତୟାର , କେନ୍ଦ୍ର ବିରୋଧରେ ବିରୋଧୀ ଦଳଙ୍କୁ ପୁଣି କରିବେ ଏକ୍ଜୁଟ୍

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ସରକାର ବିରୋଧୀଙ୍କୁ ପଣି ଥରେ ଏକାଠା କରିବାକୁ ଉଦ୍ୟମ । ମ୍ୟାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା)ର ମହାସଚିବ ସୀତାରାମ ୟେଚୁରୀ ସରାକାରଙ୍କ ବିରୋଧରେ ଏବେ ବିପକ୍ଷ ଦଳଙ୍କୁ ଏକାଠି କରିବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଥିବାର ସୂଚନା ରହିଛି । ରାହୁଲ୍ ଗାନ୍ଧୀ ବିଦେଶରୁ ଫେରିବା ପରେ ୟେଚୁରୀ ତାଙ୍କୁ ଭେଟିବା ସହ ତାଙ୍କ ପାର୍ଟିର ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ। ଏଥିସହ ସେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପାୱାର ଏବଂ ଅନ୍ୟ ଦଳର ନେତାମାନଙ୍କ ସହ ବିଚାର-ବିମର୍ଶ କରିବେ ବୋଲି ଜଣାପଡ଼ିଛି।

ବିପକ୍ଷ ଦଳମାନଙ୍କ ମଧ୍ୟରେ ସବୁଠାରୁ  ବରିଷ୍ଠ ନେତା ଭାବେ ବିଚାର କରାଯାଉଥିବା ଶରଦ ପାୱାରଙ୍କୁ ସୀତାରାମ ପୂର୍ବଥର ଦିଲ୍ଲୀକୁ ନିମନ୍ତ୍ରିତ କରିଥିଲେ। ବର୍ତ୍ତମାନ କଂଗ୍ରେସରେ ଅନ୍ତଃ କଳହ ଏବଂ ଦଳ ଅଦଳ-ଅଦଳ ପରିସ୍ଥିତି ଦେଇ ଗତି କରୁଛି। ଏହାଛଡ଼ା ପାର୍ଟିର ବଡ଼ ନେତା ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ , ଦଳର ନେତୃତ୍ୱ ନେଇ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାକୁ  କେହି ନଥିବା ଜଣାପଡ଼ିଛି।

ସୀତାରାମଙ୍କ ପ୍ରୟାସ ୯୦ ଦଶକରେ ମ୍ୟାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ନେତା ହରକିଶନ୍ ସିଂ ସୁରଜିତଙ୍କ ନେତୃତ୍ୱକୁ ମନେପକାଇ ଦେଉଛି। ସୁରଜିତଙ୍କ ପ୍ରୟାସରେ ସେ ସମୟରେ ବିଶ୍ୱନାଥ ପ୍ରତାପ ସିଂ, ଏଚ୍.ଡି. ଦେବଗୌଡ଼ା ଓ ଇନ୍ଦ୍ରକୁମାର ଗୁଜରାଲ୍ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ। ୟେଚୁରୀ ମଧ୍ୟ ତାଙ୍କୁ ଅନୁସରଣ କରୁଥିବା କୁହାଯାଉଛି।    

ୟେଚୁରୀ କଂଗ୍ରେସର ଦୁର୍ବଳତାକୁ ଭଲ ଭାବରେ ଜାଣିଛନ୍ତି। ଏହି ସମୟରେ ଯେତେବେଳେ ତାଙ୍କୁ ବିପକ୍ଷ ଦଳର ନେତୃତ୍ୱ ଶରଦ ପାୱାର ନେଲେ କଂଗ୍ରେସ ରାଜି ହେବ କି ନାହିଁ ପଚରାଗଲା , ଏହାର ଉତ୍ତରରେ କୃଷକଙ୍କୁ ନ୍ୟାୟ ଦେବାକୁ ମୁଦ୍ଦାକରି  ସେ  ଆଗକୁ ବଢ଼ିବେ ବୋଲି କହିଥିଲେ। ଏହାଛଡ଼ା ପାଖାପାଖି ୧୨ରୁ ଅଧିକ ଚାଷୀ ନେତା କୃଷକଙ୍କ ସମସ୍ୟାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ମଧ୍ୟ ସରକାର କୃଷି ଆଇନକୁ ରଦ୍ଦ କରିବାକୁ ଚାହୁଁ ନାହାନ୍ତି। କୃଷକଙ୍କ ସମସ୍ୟାକୁ ନେଇ ବିରୋଧୀ ଦଳ ଏକତ୍ରିତ ହୋଇ ଆଗକୁ ବଢ଼ିବା ପାଇଁ ୟେଚୁରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.