ମନିଲଣ୍ଡ୍ରିଂ ମାମଲାରେ Yes Bank ସଂସ୍ଥାପକ ରାଣା କପୁର ଗିରଫ
8/03/2020 at 4:05 PM

ମୁମ୍ବାଇ ୮।୩: ଦୀର୍ଘ ପଚରା ଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ମନି ଲଣ୍ଡ୍ରିଂ ମାମଲାରେ ଇୟେସ୍ ବ୍ୟାଙ୍କ ସଂସ୍ଥାପକ ରାଣା କପୁରଙ୍କୁ ଗିରଫ କରିଛି। ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ (ଡିଏଚଏଫଏଲ) ସମ୍ପର୍କିତ ମାମଲାରେ ତାଙ୍କୁ ଗିରଫ କରାଯାଇଛି।
କପୁରଙ୍କୁ ଇଡି ଧନଶୋଧନ ଆଇନର ପିଏମଏଲଏ ପ୍ରାବଧାନରେ ଗିରଫ କରିଥିବା ଜଣାପଡିଛି। ତାଙ୍କୁ ଦୀର୍ଘ ପଚରା ଉଚରାରେ ସେ ଯାଞ୍ଚକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବାରୁ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ଇଡି ସ୍ଥାନୀୟ ନ୍ୟାୟାଳୟରେ ପେଶ୍ କରିଥିବା ବେଳେ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ନିବେଦନ କରିଥିଲା। କୋର୍ଟ ଇଡିଙ୍କ ନିବେଦନକୁ ମଞ୍ଜୁର କରିଛନ୍ତି। ଏଣୁ କପୁର ଏବେ ବୁଧବାର ପର୍ଯ୍ୟନ୍ତ ଇଡିଙ୍କ ହାଜତରେ ରହିବେ ବୋଲି ଜଣାପଡିଛି।
ସଂକଟଗ୍ରସ୍ତ ଇୟେସ୍ ବ୍ୟାଙ୍କ ନେଇ ଇଡି ଶନିବାର ରାଣାଙ୍କୁ ଦକ୍ଷିଣ ମୁମ୍ବାଇର ବେଲାଡ ପିୟର କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରିଥିଲା। ତାଙ୍କୁ ମାମଲାରେ ଦୀର୍ଘ ୩୦ ଘଣ୍ଟା କାଳ ପଚରା ଉଚରା କରାଯିବା ପରେ ଇଡି ତାଙ୍କୁ ଗିରଫ କରିଛି।