୩୦ ନଭେମ୍ବର ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଦେଖାଯିବନି ଭାରତରେ

Published By : Prameya-News7 Bureau | November 29, 2020 IST

ଭୋପାଲ ୨୯। ୧୧: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ରେ ହେବ। ତେବେ ଏହା ପ୍ରତିଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଭାରତରେ ପାଳନୀୟ ନୁହେଁ। ଏହା ଛଡା ଗ୍ରହଣ ଦିନବେଳା ଲାଗୁଥିବାରୁ ଭାରତରେ ଦୃଶ୍ୟମାନ ମଧ୍ୟ ହେବନି ବୋଲି ଉଜ୍ଜୈନ ସରକାରୀ ଅବଜରଭେଟରୀର ଅଧିକ୍ଷକ ଡା. ରାମପ୍ରକାଶ ଗୁପ୍ତା କହିଛନ୍ତି।

{"id":369683,"width":575,"height":322,"sizeSlug":"large"}

ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଯାହା ମଧ୍ୟାହ୍ନ ୧୨ଟା ୫୯ ମିନିଟ ୯ ସେକେଣ୍ଡରେ ଆରମ୍ଭ ହେବ। ଏହାର ମଧ୍ୟକାଳ ଅପରାହ୍ନ ୩ଟା ୧୨ ମିନିଟ୍ ୯ ସେକେଣ୍ଡରେ ହେଉଥିବା ବେଳେ ସନ୍ଧ୍ୟା ୫ଟାବାଜି ୨୫ ମିନିଟ୍ ୯ ସେକେଣ୍ଡରେ ଗ୍ରହଣ ସମାପ୍ତ ହେବ। ତେବେ ଚନ୍ଦ୍ରଗ୍ରହଣ ଦିନବେଳା ଲାଗୁଥିବାରୁ ଏହା ଭାରତରେ ଦୃଶ୍ୟମାନ ହେଉ ନାହିଁ। ଏଣୁ ଦେଶରେ ଗ୍ରହଣ ପାଳନୀୟ ନୁହେଁ।

{"id":369684,"sizeSlug":"large"}

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିୟା, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.