ସିଂହ, କନ୍ୟା ସମେତ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ୨୦୨୨: ଚାକିରୀରେ ପଦୋନ୍ନତି, ବ୍ୟବସାୟରେ ଲାଭ ଯୋଗ

Published By : Prameya-News7 Bureau | November 07, 2021 IST

ଭୁବନେଶ୍ୱର ୦୭/୧୧ : ବର୍ଷ ୨୦୨୧ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଲା। ବର୍ଷ ୨୦୨୨ରେ କିଛି ବଡ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୨ ରେ ଶନି ଗ୍ରହଙ୍କର ମଧ୍ୟ ରାଶି ପରିବର୍ତ୍ତନ ହେବ। ବୈଦିକ ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୁରୁ ଗ୍ରହ ଥାଏ। ଗ୍ରହ ନକ୍ଷତ୍ର ଚଳନ ଦ୍ୱାରା ବ୍ୟକ୍ତିଙ୍କ ରାଶି ସମ୍ପର୍କରେ ଜଣାପଡ଼ିଥାଏ। ଜ୍ୟୋତିଷ ଗଣନା ଅନୁଯାୟୀ ୨୦୨୨ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ। ଆସନ୍ତୁ ଜାଣିବା ଆସନ୍ତା ବର୍ଷ କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବ।

ମେଷ - ମେଷ ରାଶି ପାଇଁ ୨୦୨୨ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ। ସମ୍ପତ୍ତି ଓ ଆୟ ବୃଦ୍ଧି ହେବ। ମା'ଙ୍କ ଠାରୁ ଧନ ପ୍ରାପ୍ତି ହୋଇପାରେ। କଳା ଓ ସଂଗୀତ ପ୍ରତି ଉତ୍ସାହ ବଢିବ। ଚାକିରୀ ଓ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନ ତରଫରୁ ସୁଖ ସମାଚାର ମିଳିପାରେ। ଚାକିରୀରେ ପଦୋନ୍ନତି ସମ୍ଭାବନା ରହିଛି। ଯାନବାହାନ ସୁଖ ମିଳିପାରେ।

ବୃଷ - ଭାବନା ସୁଖ ବିସ୍ତାର ହେବ। ପିତାମାତାଙ୍କ ସହଯୋଗ ମିଳିବ। ବସ୍ତ୍ର ଆଦି ପ୍ରତି ସଉକ ବଢିବ। ପାଠ ପଢ଼ାରେ ରୁଚି ବଢିବ। ଶିକ୍ଷା କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସନ୍ତାନ ସୁଖ ବୃଦ୍ଧି ହେବ। ଆୟ ବୃଦ୍ଧି ହେବ। ଚାକିରୀରେ ପଦୋନ୍ନତି ଯୋଗ ରହିଛି। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ କିମ୍ବା କୌଣସି ଧାର୍ମିକ ଯାତ୍ରାରେ ଯାଇପାରନ୍ତି।

ସିଂହ - ବର୍ଷ ୨୦୨୨ ସିଂହ ରାଶି ପାଇଁ ଶୁଭ ପ୍ରମାଣିତ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟ ପ୍ରତି ଉତ୍ସାହ ବଢିବ। ଚାକିରୀ ବା କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହୋଇପାରେ। ସ୍ଥାନ ପରିବର୍ତ୍ତନ ସମ୍ଭାବନା ମଧ୍ୟ ରହିଛି। ଅଧିକାରୀଙ୍କ ସହଯୋଗ ମିଳିବ। ମାନସିକ ଶାନ୍ତି ମିଳିବ। ଆୟ ବୃଦ୍ଧି ଯୋଗ ରହିଛି।

କନ୍ୟା - ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ସନ୍ତାନ ସୁଖ ବୃଦ୍ଧି ହେବ। ଉଚ୍ଚ ଶିକ୍ଷା ଏବଂ ଅନୁସନ୍ଧାନ ଆଦି କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଚାକିରୀ ବା କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି। ସ୍ଥାନ ପରିବର୍ତ୍ତନ ସମ୍ଭାବନା ମଧ୍ୟ ରହିଛି। ମନ ଶାନ୍ତ ଓ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସ ଯୋଗୁଁ ଦୃଢ଼ମନା ହେବେ କିନ୍ତୁ ଅଧିକ ଉତ୍ସାହିତ ନ ହୁଅନ୍ତୁ। ମାତା କିମ୍ବା ପରିବାରର କୌଣସି ବୟସ୍କ ମହିଳାଙ୍କ ଠାରୁ ଧନ ପ୍ରାପ୍ତି ଯୋଗ ରହିଛି। ଚାକିରୀରେ ଅଧିକାରୀଙ୍କ ସହଯୋଗ ମିଳିବ କିନ୍ତୁ ସ୍ଥାନ ପରିବର୍ତ୍ତନ ସମ୍ଭାବନା ମଧ୍ୟ ରହିଛି।

ବିଛା - ମନରେ ଶାନ୍ତି ଓ ପ୍ରସନ୍ନ ଭାବ ରହିବ। ଶିକ୍ଷା କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ଉଚ୍ଚ ଶିକ୍ଷା ପାଇଁ କିମ୍ବା ରିସର୍ଚ୍ଚ ପାଇଁ କୌଣସି ଦୂର ସ୍ଥାନକୁ ଯାଇପାରନ୍ତି। ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ମିଳିବ। ବାଣୀରେ କଠୋରତା ଭାବ ରହିବ। କଥାବାର୍ତ୍ତାରେ ସଂଯମ ରକ୍ଷା କରନ୍ତୁ। ବସ୍ତ୍ର ପ୍ରତି ସଉକ ବଢିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ଆୟ ବୃଦ୍ଧି ହେବ, ସଞ୍ଚିତ ଧନ ମଧ୍ୟ ବଢିବ। ମିତ୍ରଙ୍କ ସହଯୋଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.