ରାଜଧାନୀ ଇତିହାସରେ ୨୦୨୦ କଳା ବର୍ଷ : ଦିଲ୍ଲୀ ଦଙ୍ଗା ନେଇଥିଲା ୫୩ ଜଣଙ୍କ ଜୀବନ, ଏବେବି ସ୍ବାଭାବିକ ହୋଇନି ସ୍ଥିତି

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨ : ରାଜଧାନୀ ଦିଲ୍ଲୀ ଇତିହାସରେ ୨୦୨୦ ମସିହା ଭୟାନକ ହୋଇ ରହିବ । ଦିଲ୍ଲୀରେ ହୋଇଥିବା ଭୟଙ୍କର ଦଙ୍ଗା ସଠାକାର ବାସିନ୍ଦାଙ୍କର ସବୁଦିନ ପାଇଁ ମନେ ରହିବ । ଆଜି ମଧ୍ୟ ପୂର୍ବ ଦିଲ୍ଲୀର ଜାଫରାବାଦ, ଗୋକଲପୁରୀ ଏବଂ ଘୋଣ୍ଡାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଦୂରତା ବଜାୟ ରହିଛି । ଫେବୃୟାରୀ ୨୪ ଦିଲ୍ଲୀ ଦଙ୍ଗାରେ ମୋଟ ୫୩ ଜଣଙ୍କ ଜୀବନ ଯାଇଥିଲା । ସାମ୍ପଦାୟିକତାକୁ ନେଇ ଲହି ଦଙ୍ଗାରେ ଅନେକ ଲୋକ ଆହତ ହୋଇଥିଲେ । କେତେ ଲୋକଙ୍କର ଜନଜୀବନ, ବ୍ୟବସାୟ ଉଜୁଡୀ ଯାଇଥିଲା ତାହା ଅକଳ୍ପନୀୟ ।

{"id":383178,"sizeSlug":"large","linkDestination":"none"}

ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ପୂର୍ବ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନର ମୁଖ୍ୟ ରାସ୍ତାରେ ଶତାଧିକ ମହିଳା ଓ ଶିଶୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସାଧାରଣ ଲୋକଙ୍କ ଗତିବିଧି ଉପରେ ପ୍ରଭାବ ପକାଉଥିଲା ଏବଂ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।  ୨୩ ଫେବୃଆରୀ ସନ୍ଧ୍ୟାରେ, ଜାଫରାବାଦରେ ଧାରଣା ଦେଇଥିବ ମହିଳା ଏବଂ ଶିଶୁଙ୍କ ଉପରକୁ ପଥର ମାଡ ଆରମ୍ଭ ହୋଇଥିଲା । ଫେବୃଆରୀ ୨୪ ରେ ସମଗ୍ର ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଥିଲେ ସୁଦ୍ଧା ହିଂସାକୁ ନିୟନ୍ତ୍ରିତ କରାଯାଇପାରିନଥିଲା ।

ଜାଫରାବାଦରୁ ଆରମ୍ଭ ହୋଇଥିବା ହିଂସା ନିମିଷକ ମଧ୍ୟରେ ଅନ୍ୟ ଅଞ୍ଚଳରେ ବ୍ୟାପିଯାଇଥିଲା ଏବଂ ସମଗ୍ର ଦିଲ୍ଲୀ ହିଂସାର ନିଆଁରେ ଜଳିଥିଲା । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏଥିରେ ୫୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଏଥିରେ ଶହ ଶହ ଲୋକ ଆହତ ହୋଇଥିଲେ । ପ୍ରାୟ ଏକ ସପ୍ତାହ ଧରି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଛକା ପଞ୍ଝା ଜାରି ରହିଥିଲା । ହିଂସାକାଣ୍ଡରେ ମନ୍ଦିର ଓ ମସଜିଦଗୁଡିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଅନେକେ ଲୋକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ସପ୍ତାହେ କାଳ ପୋଲିସ୍ ଡ୍ରେନମାନଙ୍କରୁ ଉଦ୍ଧାର ଜାରି ରଖିଥିଲା ।

{"id":383179,"sizeSlug":"large","linkDestination":"none"}

ଏହି ହିଂସା ଘଟଣାରେ ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ରତନପାଲ ସହିଦ ହୋଇଥିଲେ ଏବଂ ଡିସିପି ଅମିତ ଶର୍ମା ଗୁରୁତର ଆହତ ହୋଇଥିଲେ । ଅଭିଯୋଗ ହୋଇଛି ଯେ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ୍‌ଙ୍କ ଘରେ ଏକତ୍ରିତ ହୋଇଥିବା ଦଙ୍ଗାକାରୀ ଗୋଷ୍ଠୀ ଫେବୃଆରୀ ୨୫ରେ  ଅଙ୍କିତ ଶର୍ମା ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ଦୁଇ ଦିନ ପରେ ତାଙ୍କ ମୃତଦେହ ଏକ ଡ୍ରେନରୁ ଉଦ୍ଧାର କରାଯାଇଥିଲା ।

{"id":383180,"sizeSlug":"large","linkDestination":"none"}

ପୋଲିସ ଏହି ମାମଲାରେ ୭୫୨ ରୁ ଅଧିକ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିସାରିଛି । ଏହି ମାମଲାର ବିଚାର ଚାଲିଛି ଏବଂ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶହ ଶହ ଲୋକ ଜେଲରେ ଅଛନ୍ତି । ୨୦୨୦ ଆରମ୍ଭରୁ ଶାହିନ୍ ବାଗରେ CAA ଏବଂ NRCକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା । ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହିଂସାକାଣ୍ଡ ହେବାର ଖବର ଆସିଥିଲା ​​ଏବଂ ପ୍ରଥମ ଥର ପାଇଁ ଜେଏନୟୁ କ୍ୟାମ୍ପସରେ ଅଣଛାତ୍ରମାନେ ପ୍ରବେଶ କରି ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.