ଯାତ୍ରା ଭିତରେ ନୂଆ ଯାତ୍ରା, ରାଣୀ ପଣ୍ଡାଙ୍କ ନାଁରେ ବାପି ପଣ୍ଡାଙ୍କ କେସ୍

Published By : Prameya-News7 Bureau | November 13, 2020 IST

ବାଲେଶ୍ଵର ୧୩।୧୧: ପୁଣି ଥରେ ବିବାଦରେ ଅଭିନେତ୍ରୀ ରାଣୀ ପଣ୍ଡା। ତାଙ୍କ ବିରୁଦ୍ଧରେ ଥାନାରେ ରୁଜୁ ହୋଇଛି ମାମଲା। ତାଙ୍କ ବିରୋଧରେ ଆଉ କେହି ନୁହନ୍ତି ଅଭିଯୋଗ ଦାୟର କରିଛନ୍ତି ଯାତ୍ରା କଳାକାର ବାପି ପଣ୍ଡା। ବାଲେଶ୍ଵର ଏସଡିଜେମ୍ କୋର୍ଟରେ କେଶ୍ ଫାଇଲ କରିବା ପରେ, ମାନ୍ୟବର କୋର୍ଟ ଏହାର ତତନ୍ତ ପାଇଁ ବାଲେଶ୍ବର ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆରେ ରାଣୀ ପଣ୍ଡା ବାପି ପଣ୍ଡାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥବାରୁ ବାପି କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୋଲି  କହିଛନ୍ତି। ତେବେ ଏହି ବିଷୟରେ ରାଣୀ ପଣ୍ଡାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ ମଧ୍ୟ ବାପୀ ପଣ୍ଡା ଓ ଅନ୍ୟ କଳାକାରଙ୍କ ବିରୁଦ୍ଧରେ କେଶ କରିଛନ୍ତି।

{"id":361313,"sizeSlug":"large"}

ଉଲ୍ଲେଖନୀୟ ଷ୍ଟେଜ୍‌ରେ ଡ୍ୟାନ୍ସ ହେଉ କି, ସାମାଜିକ ଗଣମାଧ୍ୟମରେ ପୋଜ୍‌, ଅନ୍ୟଙ୍କୁ ସହାୟତର ହାତ ବଢାଇବା ହେଉ ଅବା ବେଣୁ ମଉସାଙ୍କ ପାଇଁ ବାଲେଶ୍ଵର ଉପ ନିର୍ବାଚନରେ ପ୍ରଚାର ହେଉ। ସବୁ ସମୟରେ ରାଣୀ ପଣ୍ଡା ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ପଜିଟିଭ୍ ଏବଂ ନେଗେଟିଭ୍‌କୁ ନେଇ ସର୍ବଦାରେ ରହୁଥିବାରୁ ରାଣୀ ପଣ୍ଡାକୁ ବିବାଦର ରାଣୀ ମଧ୍ୟ କୁହାଯାଉଛି।

ନିକଟରେ  ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଡିନ ଛକଠାରେ ଯାତ୍ରା ପାଇଁ ଅନୁମତି ଦେବା ଏବଂ କଳାକାରଙ୍କ ଦାବି ପୂରଣ ପାଇଁ ଯାତ୍ରା କଳାକାର ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାଣୀ ପଣ୍ଡା ଖୁଲମଖୁଲା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପୂର୍ବରୁ ସେ ବାଲେଶ୍ଵର ସଦର ବିଧାନସଭା ଉପ ନିର୍ବାଚନରେ ସ୍ଵାାଧୀନ ପ୍ରାର୍ଥୀ ବେଣୁଧର ବାରିକ ଅର୍ଥାତ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ। ଏଥି ସହ ମଉସାଙ୍କୁ ସାଇକେଲ୍ ମଧ୍ୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.