ବାତ୍ୟା ଉଜାଡ଼ି ଦେଲା ଫସଲ, ଜମିରେ ପଚୁଛି ନଳିତା ତଳି, ଚିନ୍ତାରେ ଚାଷୀ

Published By : Prameya-News7 Bureau | May 27, 2021 IST

ଧର୍ମଶାଳା, ୨୭/୦୫: ବାତ୍ୟା ୟାସରେ ଯାଜପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପବନର ବେଗ ଅଧିକ ନଥିଲେ ମଧ୍ୟ ଲଗାଣ ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରେ ଏକର ଏକର ଫସଲରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ଧର୍ମଶାଳା ବ୍ଲକର ମିର୍ଜାପୁର, ପାଟପୁର, ପଟୁଣିଆ ପଂଚାୟତରେ ପରିବା ଫସଲ ନଷ୍ଟ ହୋଇଛି । ବାଇଗଣ, କାକୁଡି, କଲରା ଭଳି ପରିବା ଫସଲ ଉପରେ ପାଣି ଜମି ରହିଥିବା ବେଳେ ନଳିତା ଚାଷ ମଧ୍ୟ ପ୍ରଭାବିତ ହୋଇଛି । ନଳିତା ତଳିରେ ପାଣି ଜମି ରହିଛି । ବହୁ ଚାଷୀ ଏକର ଏକର ଚାଷ ଜମିରେ ଫସଲ କରିଥିବା ବେଳେ ବାତ୍ୟା ହେବା ଦ୍ୱାରା ସେମାନଙ୍କ ଫସଲ ଉଜୁଡି ଯାଇଛି । ଫସଲର କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.