ଦେଶର ନୂଆ ମୁଖ୍ୟ ସୂଚନା କମିଶନର ହେଲେ ୟଶବର୍ଦ୍ଧନ କୁମାର ସିହ୍ନା, ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୭/୧୧: ୨୬ ଅଗଷ୍ଟ ୨୦୨୦ ଠାରୁ ଦେଶର ମୁଖ୍ୟ ସୂଚନା କମିଶନର ପଦ ଖାଲି ପଡ଼ିଥିଲା। ତେବେ ଶନିବାର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ୟଶବର୍ଦ୍ଧନ କୁମାର ସିହ୍ନା। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି।

୨୬ ଅଗଷ୍ଟରେ ସିଆଇସି ବିମଳ ଜୁଳ୍କାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦୁଇ ମାସରୁ ଅଧିକ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ତେବେ ୨୦୧୯ ଜାନୁଆରୀ ପହିଲାରୁ ସୂଚନା ଆୟୁକ୍ତ ଭାବେ କାର୍ଯ୍ୟ ସମ୍ଭାଳିଥିବା ୟଶବର୍ଦ୍ଧନ ସିହ୍ନା ହେଲେ ଭାରତର ମୁଖ୍ୟ ସୂଚନା କମିଶନର।

୬୨ ବର୍ଷୀୟ ସିହ୍ନାଙ୍କ କାର୍ଯ୍ୟ କାଳ ୩ ବର୍ଷ ପାଇଁ ହୋଇପାରେ। ସିଆଇସି ଓ ସୂଚନା କମିଶନରଙ୍କ ନିଯୁକ୍ତି ୫ ବର୍ଷ ପାଇଁ ବା ୬୫ ବର୍ଷ ଯାଏଁ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟତା ସମିତି ସିହ୍ନାଙ୍କୁ ସିଆଇସି ଭାବେ ଚୟନ କରିଥିଲା। ଏଥିରେ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମତିରେ ସଦସ୍ୟ ଥିଲେ।

ତେବେ​‌ ସିହ୍ନାଙ୍କୁ ରାଷ୍ଟ୍ରପତି ଶପଥ କରାଇଥବା ବଳେ ଏଥିରେ ସାମ୍ବାଦିକ ଉଦୟ ମହୁରକର, ହୀରା ଲାଲ ସମାରିଆ, ପୂର୍ବତନ ଏଜି ସରୋଜ ପୁହାନି ସୂଚନା କିମଶନର ଭାବେ ଶପଥ ନେବେ। ମହୁରକର, ସମାରିଆ ଓ ପୁହାନିଙ୍କ ନିଯୁକ୍ତି ପରେ  ୭ରେ ପହଞ୍ଚିବ ସୁଚନା କମିଶନରଙ୍କ ସଂଖ୍ୟା। ଜାତୀୟ ସୂଚନା ମିଶନରେ ପୂର୍ବରୁ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଭଞ୍ଜ ଏନ ଶରଣ, ନୀରଜ କୁମାର ଗୁପ୍ତା, ସୁରେଶ ଚନ୍ଦ୍ର ଓ ଅମିତା ପାଣ୍ଡୁବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.