ପୂର୍ବତନ କ୍ରିକେଟର ୟଶପାଲ ଶର୍ମାଙ୍କ ଦେହାନ୍ତ, ୧୯୮୩ ବିଶ୍ୱକପ୍ ବିଜେତା ଦଳର ଥିଲେ ଅଂଶ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩/୭ : ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜେତା ଦଳର ୟଶପାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସକାଳେ ହୃଦଘାତ ହେତୁ ୟଶପାଲ ଶର୍ମାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । କ୍ରିକେଟ୍ କ୍ୟାରିୟରରେ ତାଙ୍କର ପ୍ରଦର୍ଶନ ଥିଲା ଚମତ୍କାର । ୟଶପାଲ ଶର୍ମା ଭାରତ ପାଇଁ ମୋଟ ୩୭ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଯେଉଁଥିରୁ ସେ ହାରାହାରି ୩୪ ଟି ମ୍ୟାଚ୍ରେ ଖେଳି ୧୬୦୬ ରନ୍ ସ୍କୋର କରିଥିଲେ ।

ଏଥିସହ, ମୋଟ ୪୨ଟି ODI ରେ ଯଶପାଲ ଶର୍ମା ୮୮୩ ରନ୍ କରିଥିଲେ । ୧୯୮୩ ବିଶ୍ୱକପ ବିଜେତା ଦଳର ଯଶପାଲ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟ ଥିଲେ । ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୟଶପାଲ ଶର୍ମା ୮୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିପାଇଁ ଟିମ୍ ଈଣ୍ଡିଆର ବିଜୟ ହୋଇଥିଲା । ଏହାସହ ସେମିଫାଇନାଲରେ ୟଶପାଲ ଶର୍ମା ୬୧ ରନ ସଂଗ୍ରହ କରିଥଲେ । ଫଳରେ ଇଂଲଣ୍ଡକୁ ମାତ୍ ଦେଇଥିଲା ଭାରତ ।

୧୯୮୩ ବିଶ୍ୱକପ ପରେ ୟଶପାଲ ଶର୍ମାଙ୍କ କ୍ୟାରିୟର ତଳକୁ ଖସିବାକୁ ଲାଗିଥିଲା । ଖରାପ ପ୍ରଦର୍ଶନ ହେତୁ ଯଶପାଲ ଶର୍ମା ପ୍ରଥମ ଟେଷ୍ଟ ଦଳରୁ ବାହାର କରାଯଇଥିଲା । ଏହା ପରେ ସେ ODI ରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିଲେ ନଥିଲେ । ୟଶପାଲ ଶର୍ମା ମୂଳତ ପଞ୍ଜାବର ଥିଲେ । ଯିଏ ୧୧ ଅଗଷ୍ଟ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.