ଯଶସ୍ବିନୀ ମହିଳା ବ୍ରିଗେଡର ଅଧ୍ୟକ୍ଷା ରେଖା ଜରେ ପାଟିଲଙ୍କ ହତ୍ୟା : ଅଭିଯୁକ୍ତ ଫେରାର
1/12/2020 at 7:50 AM

ପୁଣେ ୧/୧୨: ଯଶସ୍ବିନୀ ମହିଳା ବ୍ରିଗେଡର ଅଧ୍ୟକ୍ଷା ଏବଂ ରାଜନୈତିକ ଦଳ ସହ କାମ କରୁଥିବା ରେଖା ଭାଉସାହେବ ଜରେ ପାଟିଲଙ୍କୁ ସୋମବାର ହତ୍ୟା କରି ଦିଆଯାଇଛି। ଅହମଦ ନଗର ପୁଣେ ହାଇଓ୍ବେରେ ଅଜଣା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅହମଦ ନଗର ପୋଲିସ୍ ଏହି ସୂଚନା ଦେଇଛି।

ପୋଲିସର କହିବା ମୁତାବିକ,ଆକ୍ରମଣ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା,କିନ୍ତୁ ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ରେଖା ଜରେ ନିଜ କାରରେ ଅହମଦ ନଗର ଆସୁଥିଲେ,ସେତିକିବେଳେ ହାଇଓ୍ବେରେ ଶିରୁର ଗାଁ ନିକଟରେ ବାଇକ୍ ଚାଳକ ତାଙ୍କ କାର୍କୁ ଧକ୍କା ଦେଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାଇକ୍ ଚାଳକ ଧାରୁଆ ଅସ୍ତ୍ରରେ ରେଖା ଜରେଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପୋଲିସର କହିବା ଅନୁସାରେ,ବାଇକ୍ ଚାଳକକୁ ଖୋଜିବା ପାଇଁ ୨ଟି ଟିମ୍ ଗଠନ କରାଯାଇଛି। ହାଇଓ୍ବେରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଳତାଡ଼ କରାଯାଉଛି।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021