‘ୟସ୍’ର ତାଣ୍ଡବ ଆରମ୍ଭ, ଯୁବକଙ୍କ ଉପରେ ଭାଙ୍ଗି ପଡିଲା ଗଛ

Published By : Prameya-News7 Bureau | May 26, 2021 IST

ବାଲେଶ୍ଵର, ୨୬/୦୫ :  ମାଡି ଆସୁଛି ବାତ୍ୟା । ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ତାଣ୍ଡବ ରଚିଲାଣି ବାତ୍ୟା। ବାଲେଶ୍ଵରରେ ମଧ୍ୟ ଏହାର ପ୍ରକୋପ ବଢିଲାଣି। ଏହି କ୍ରମରେ ବାଲେଶ୍ଵର ରେଲୱେ କଲୋନୀରୁ ଆସିଛି ବଡ଼ ଖବର। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ରେଲୱେ କଲୋନୀ ନିକଟରେ ଘରେ ମାଆ ସହ ୨ ଝିଅ ଓ ପୁଅ ଶୋଇଥିବା ବେଳେ ଭୋର୍ ସମୟରେ ଘରେ ଉପରେ ଗଛ ପଡ଼ି ଯାଇଛି । କୌଣସି ମତେ ମାଆ ଓ ୨ ଝିଅ ଘରୁ ବାହାରି ପଡ଼ିଥିବା ବେଳେ ପୁଅଟି ଚାପି ହୋଇଯାଇଥିଲା। 

ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.