ୟଶରାଜ ଫିଲ୍ମସର ଦିପାବଳୀ ଗିଫ୍ଟ, ସିନେମା ହଲରେ ମାତ୍ର ୫୦ ଟଙ୍କା ଟିକେଟରେ ଦେଖିପାରିବେ ଏହି ସବୁ ସୁପର ହିଟ୍ ଫିଲ୍ମ

Published By : Prameya-News7 Bureau | November 11, 2020 IST

ମୁମ୍ବାଇ : ବଲିଉଡ୍‌ ଲାଗି ୟଶରାଜ ଫିଲ୍ମସ(ୱାଇଆରଏଫ୍)ର ଯୋଗଦାନ ଅତୁଳନୀୟ।  ଚଳିତବର୍ଷ ୱାଇଏଫଆର ସ୍ଥାପନାର ୫୦ତମ ଜୟନ୍ତୀ ପାଳନ କରୁଛନ୍ତି। ଏହି ଅବସରକୁ ଆହୁରି ସୁଖଦ କରିବାକୁ ଆଗେଇ ଆସିଛନ୍ତି ଦେଶର ୩ ପ୍ରମୁଖ ମଲ୍ଟିପ୍ଲେକ୍ସ ଚେନ୍‌ ପିଭିଆର ସିନେମା, ଆଇନକ୍ସ ଓ ସିନେପଲିସ୍। ୱାଇଆରଏଫ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସବୁ ସଂସ୍ଥାଙ୍କୁ ତାଙ୍କ ଅଲଟାଇମ୍‌ ହିଟ୍‌ ଫିଲ୍ମ ମାଗଣାରେ ଚଳାଇବାକୁ ଅନୁମତି ଦେଇଛନ୍ତି।

{"id":360024,"width":577,"height":323,"sizeSlug":"large"}

ୱାଇଆରଏଫଙ୍କ ୫୦ତମ ବାର୍ଷିକ ଉପଲକ୍ଷେ ଉପରୋକ୍ତ ଫିଲ୍ମ ହଲମାନେ ଏବେ ପୁରୁଣା ଫିଲ୍ମ ସବୁ ରିଲିଜ କରିବେ। ଏହିସବୁ ଫିଲ୍ମ ଖାସ୍ ଦିପାବଳୀ ଅବସରରେ ପ୍ରଦର୍ଶିତ ହେବ ଯେପରି କୋଭିଡରେ ଉତ୍ସବର ମାହୋଲ ଫିକା ନ ହୁଏ। ଏହି ସବୁ ଫିଲ୍ମକୁ ଦର୍ଶକେ ମାତ୍ର ୫୦ଟଙ୍କା ଟିକେଟ୍‌ରେ ଦେଖିପାରିବେ। ୟଶରାଜ ଫିଲ୍ମ ତାଙ୍କ ଫିଲ୍ମ ଲାଇବ୍ରେରୀରୁ ଯେଉଁ ସବୁ ଫିଲ୍ମକୁ ମାଗଣାରେ ଚଳାଇବାକୁ ଅନୁମତି ଦେଇଛନ୍ତି ସେଥିରେ ‘ସିଲସିଲା’, ‘ବଣ୍ଟି ଔର ବବଲି’, ‘ରବ ନେ ବନାଦୀ ଯୋଡି’, ‘ଏକ ଥା ଟାଇଗର’, ‘ଜବତକ ହୈ ଜାନ୍‌’, ‘ବେଣ୍ଡ ବାଜା ବାରାତ’, ‘ଦମ୍ ଲଗାକେ ହୈଶା’, ‘ସୁଲତାନ’, ‘ମର୍ଦ୍ଦାନୀ’, ‘ବୀର ଜରା’ ଓ ‘ଦିଲତୋ ପାଗଲ ହୈ’ ଆଦି ଫିଲ୍ମ ରହିଛି। ଲୋକେ ଏହି ସବୁ ଫିଲ୍ମକୁ ମାତ୍ର ୫୦ ଟଙ୍କା ଟିକେଟ୍‌ରେ ଦେଖିପାରିବେ।

{"id":360025,"sizeSlug":"large"}

ଚଳିତବର୍ଷ କରୋନା ଲାଗି ଚଳଚିତ୍ର ପ୍ରେକ୍ଷାଳୟ ଉଦ୍ୟୋଗକୁ ଜୋରଦାର ଝଟକା ଲାଗିଛି। ୭ ମାସ ଧରି ସିନେମା ହଲ ବନ୍ଦ ରହିବା ଯୋଗୁ ଉଦ୍ୟୋଗ ଅନୁନ୍ୟ ୩ହଜାର ୫୦୦ କୋଟି ଟଙ୍କା ହରାଇଛି। ସରକାର ଅନଲକ୍‌ ୬ରେ ସିନେମା ହଲ ଖୋଲି ଦେଇଛନ୍ତି। ହେଲେ କରୋନା ଭୟରେ ଦର୍ଶକେ ଆସୁ ନାହାନ୍ତି। ଏଥିରୁ ୱାଇଆରଏଫଙ୍କ ଏହି ସବୁ ଫିଲ୍ମ ଚଳାଇ ସିନେମା ହଲମାନଙ୍କର ହଜିଯାଇଥିବା ଚମକ୍‌ ପୁଣି ଫେରିଆସିପାରେ ବୋଲି ଆଶା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.