Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଲକଡାଉନ ଭଳି କଠିନ ସମୟରେ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲା ୟଶରାଜ ଫିଲ୍ମସ୍ : ସିଧାସଳଖ ବ୍ୟାଙ୍କ ଖାତାରେ ଡିପୋଜିଟ୍ କଲେ ଏତେ ଲକ୍ଷ ଟଙ୍କା

5/04/2020 at 5:23 PM

ମୁମ୍ବାଇ ୫/୪: କରୋନା ମହାମାରୀ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ହଜାର ହଜାର ସଂଖ୍ୟାରେ ଲୋକେ ମୃତ୍ୟୁବରଣ କରୁଥିବାରୁ ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଥିବାରୁ ପୂରା ବିଶ୍ବର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କରୋନା ପାଇଁ ଦିନମଜୁରିଆ ଶ୍ରମିକମାନଙ୍କ ରୋଜଗାରର ମାଧ୍ୟମ ଆଉ କିଛି ନାହିଁ। ଦିନମଜୁରିଆ ଶ୍ରମିକଙ୍କ ପାଇଁ ସରକାର ସହ ବଲିଉଡ ବି ଅନେକ ପଦକ୍ଷେପ ଉଠାଉଛି। ଏବେ ୟଶରାଜ ଫିଲ୍ମସ ମଧ୍ୟ ବଡ଼ ଘୋଷଣା କରିଛି।

ୟଶରାଜ ଫିଲ୍ମସ ବଲିଉଡର ଦିନମଜୁରିଆ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ୟଶରାଜ ଫିଲ୍ମସ ଏହି ହଜାର ହଜାର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି ଯେଉଁମାନେ ଲକଡାଉନ୍ ଯୋଗୁଁ ରୋଜଗାରର ପନ୍ଥା ହରାଇଛନ୍ତି। ୟଶରାଜ ଫାଉଣ୍ଡେସନ୍ ସିଧାସଳଖ ସେହି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବ। ସେମାନେ ହେଉଛନ୍ତି କାରପେଣ୍ଟର,ସ୍ପଟ୍ ବୟ। ୟଶରାଜ ଫାଉଣ୍ଡେସନ୍ ୧.୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି।

   Related Posts