ମନେପଡିଲା ଗଙ୍ଗାସାଗର ମେଳା କଥା, ଘୂର୍ଣ୍ଣିବାତ୍ୟା ‘ୟଶ’ ପ୍ରଭାବିତ କପିଳ ମୁନି ଆଶ୍ରମର ମରାମତି ଜରୁରି କହିଲେ ମଠର ମୁଖିଆ

Published By : Prameya-News7 Bureau | January 13, 2022 IST

କୋଲକାତା ୧୩।୧: ଗତ ସାମୁଦ୍ରିକ ବାତ୍ୟା ‘ୟଶ’ ଗଙ୍ଗାସାଗରରେ ପ୍ରଭୂତ କ୍ଷତି କରିଥିଲା। ସମୁଦ୍ର ପାଣି କପିଳ ମୁନି ଆଶ୍ରମର ପାନ୍ଥଶାଳାରେ ପଶିଥିଲା। ଏଥରେ ଆଶ୍ରମ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ତେବେ ବାତ୍ୟା ପରେ ସମସ୍ତେ ଆଶ୍ରମକୁ ଭୁଲି ଯାଇଛନ୍ତି। ଆଗକୁ ଗଙ୍ଗାସାଗର ମେଳା। ଏଠାକୁ ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ତେବେ ଏପର୍ଯ୍ୟନ୍ତ ଆଶ୍ରମ ପାନ୍ଥଶାଳାର ମରାମତି ହୋଇନଥିବା ବେଳେ ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟମଧ୍ୟ ହୋଇନି। ଏଣୁ ମେଳା ପୂର୍ବରୁ ଏହି ସବୁ କାମ ସାରିବା ଲାଗି ଆଶ୍ରମର ଉତ୍ତରାଧିକାରୀ ସଞ୍ଜୟ ଦାସ କହିଛନ୍ତି।

{"id":574118,"width":837,"height":558,"sizeSlug":"full","linkDestination":"none"}

ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ଏହି କାର୍ଯ୍ୟକ୍ରମକୁ ଦେଶ ସମେତ ବିଦେଶରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି। ରେଡିଓ ସୋସାଇଟି ଅଫ ଗ୍ରେଟ ବ୍ରିଟେନ ସାଗର ଦ୍ୱୀପକୁ ସ୍ୱତନ୍ତ୍ର ଚିହ୍ନଟ କୋଡ ଏଏସ୍ ୧୫୩ରେ ସମ୍ମାନୀତ କରିଛି। କୁମ୍ଭମେଳା ପରେ ଭାରତର ଏହା ଦ୍ୱିତୀୟ ସବୁଠୁ ବଡ ବାର୍ଷିକ ମେଳା। ଖାସ ଏହି ମେଳା ଯୋଗୁ ଗଙ୍ଗାସାଗର ବିଶ୍ୱର ଏହିପରି ଅନ୍ୟ ୨୫୦ଟି ଦ୍ୱୀପରେ ସାମିଲ ମଧ୍ୟ ହୋଇଛି।

{"id":574119,"width":841,"height":510,"sizeSlug":"full","linkDestination":"none"}

ସମୁଦ୍ର ପାଲଟିଛି ବିପଦ
ଏବେ ଗଙ୍ଗାସାଗର ଲାଗି ସମୁଦ୍ର ସବୁଠୁ ବଡ଼ ବିପଦ ପାଲଟିଛି। ସମୁଦ୍ରର ଜଳସ୍ତର ବୃଦ୍ଧି ପ୍ରତିବର୍ଷ ଦ୍ୱୀପର ଆୟତନକୁ ସଂକୁଚିତ କରିଚାଲିଛି। ସମୁଦ୍ର ପାଣି ପ୍ରତି ବର୍ଷ ଦ୍ୱୀପର ୧୦୦ରୁ ୨୦୦ ଫୁଟ ଭିତରକୁ ପଶୁଛି। ଯଦି କପିଳ ମୁନି ଆଶ୍ରମର ସୁରକ୍ଷା ଲାଗି ରାଜ୍ୟ ସରକାର ଏବେଠୁ କୌଣସି ପଦକ୍ଷେପ ନ ନିଅନ୍ତି ଆଗକୁ ପରିସ୍ଥିତି ବିପଦଜନକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏଥିରେ ରାଜ୍ୟ ସରକାରଙ୍କ ଉଦ୍ୟମ ଯଥେଷ୍ଟ ହେଉ ନଥିବା ମଠର ଉତ୍ତରାଧିକାରୀ ସଞ୍ଜୟ ଦାସ କହିଛନ୍ତି। ଏଣୁ ଏଥିରେ କେନ୍ଦ୍ର ମଧ୍ୟ ସହଯୋଗ କରୁ ବୋଲି ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.