‘ଯମ କହୁଛନ୍ତି ମୋ ପାଖକୁ କେହି ଆସନ୍ତୁନାହିଁ’, ଭୁବନେଶ୍ବରରେ ସ୍ବଦେହରେ ବାଣ୍ଟିଲେ ଦୀର୍ଘାୟୁ ହେବାର ବାର୍ତ୍ତା
15/11/2019 at 5:52 PM

ଭୁବନେଶ୍ବର ୧୫।୧୧: ଭୁବନେଶ୍ବର କଳିଙ୍ଗ ହସପିଟାଲ ଟ୍ରାଫିକ ଛକରେ ଅଭିନବ ଢଙ୍ଗରେ ଟ୍ରାଫିକ ସଚେତନତା । ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ଯମ ବେଶଧାରୀ ଯୁବକ ସଚେତନ କରିଛନ୍ତି । ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ପ୍ଲାକାର୍ଡ ଦେଇ ସଚେତନ କରିଥିଲେ ଯମ ବେଶଧାରୀ ସଚେତନକାରୀ ।

ବିଶେଷ କରି ହେଲମେଣ୍ଟ ପିନ୍ଧିବା, ରଙ୍ଗ୍ ରୁଟରେ ନଯିବା, ତିନି ଜଣ ବସି ବାଇକ୍ ନ ଚଳାଇବା, ସିଟ୍ ବେଲ୍ଟ ପିନ୍ଧି ଗାଡି ଚଳାଇବା, ଟ୍ରାଫିକ୍ ପୋଷ୍ଟରେ ଯେବ୍ରା କ୍ରସିଙ୍ଗ ନ ଛୁଇଁବା ନେଇ ଲୋକଙ୍କ ପରାମର୍ଶ ଦେଇଥିଲେ ।

ନିୟମ ଅନୁଯାୟୀ ଗାଡି ଚାଳନ କରିବାକୁ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମରେ ହେଲୋ କ୍ୟାବ୍ସର କର୍ମକର୍ତ୍ତାଙ୍କ ସହ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ, ପୋଲିସ କର୍ମଚାରୀ, ଟ୍ରାଫିକ୍ ଅଧିକାରୀ ସାମିଲ ହୋଇ ଲୋକଙ୍କୁ ସଚେତନ କରିଥିଲେ ।

କିଛି ଦିନ ପୂର୍ବେ ମୁମ୍ବାଇରେ ମଧ୍ୟ ଏଭଳି ଜମରାଜଙ୍କୁ ଦେଖିବାକୁ ମିଳିଥିଲା । ମୁମ୍ବାଇର ରେଳ ଟ୍ରାକରେ ଲୋକେ ଏମିତି ଜୀବନକୁ ବାଜି ଲଗାଇ ପଟ୍ରି ଉପରେ ଯାଆସ କରିଥାନ୍ତି । ଏପରିକି ଭୟଙ୍କର ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ତେଣୁ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକେ ଏବଂ ଫାଟକବିହୀନ ରେଳ ଧାରଣା ପାର କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ଯମରାଜ । ଆଉ ଏଭଳି ଯମରାଜ ବେଶରେ ଲୋକଙ୍କୁ ସଚେତନ କରୁଥିଲେ ପଶ୍ଚିମ ରେଳବାଇର ଜଣେ ଆର୍ପିଏଫ୍ ଯବାନ ।

ବିଭାଗ ପକ୍ଷରୁ ତାଙ୍କୁ ଯମରାଜଙ୍କ ବେଶ କରାଯାଇ ରେଳ ଷ୍ଟେସନକୁ ତାଙ୍କୁ ଛଡ଼ା ଯାଇଥିଲା । ଯବାନ ଜଣଙ୍କ ଟ୍ରେନରେ ଯାତ୍ରା କରିବା ସମୟରେ କିଭଳି ସଚେତନ ରହିବା ଦରକାର ଏବଂ ରେଳ ଧାରଣାକୁ ପାର୍ କରିବା ସମୟରେ ରହିଥିବା ବିପଦ ବିଷୟରେ ଯାତ୍ରୀଙ୍କୁ ଜଣାଇଥିଲେ । ମୁମ୍ବାଇରେ ଥିବା କିଛି ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନକୁ ଯାଇ ଯବାନ ଜଣଙ୍କ ଲୋକଙ୍କୁ ସଚେତନ କରାଇଥିଲେ ।