ବଲିଉଡରେ ପ୍ରବେଶ କରିବେ ଆଗଧାଡ଼ିର ଜଣେ ଅଭିନେତ୍ରୀଙ୍କ ସୁନ୍ଦରୀ ସାନ ଭଉଣୀ

Published By : Prameya-News7 Bureau | September 04, 2018 IST

ମୁମ୍ବାଇ ୪/୯: ବଲିଉଡ ଦୁନିଆରେ ପ୍ରାୟତଃ ସେଲିବ୍ରିଟିମାନେ ନିଜ ଭାଇ-ଭଉଣୀଙ୍କୁ ମଧ୍ୟ ଲଞ୍ଚ୍ କରିବା ନିମନ୍ତେ ଇଛ୍ଛା ରଖନ୍ତି। ନିକଟରେ ଶାହିଦ କପୁରଙ୍କ ଭାଇ ଇଶାନ୍ ଖତ୍ତର ଡେବ୍ୟୁ କଲେ, ଆଉ ଏବେ ଜଣେ ଆକ୍ଟ୍ରେସଙ୍କ ସୁନ୍ଦରୀ ଭଉଣୀ ବଲିଉଡରେ ଡେବ୍ୟୁ କରିବା ପାଇଁ ସଜବାଜ ହେଉଛନ୍ତି। ସେ ହେଉଛନ୍ତି ୟାମୀ ଗୈାତମଙ୍କ ସାନ ଭଉଣୀ ସୁରୀଲି ଗୈାତମ। ସୁରୀଲିଙ୍କ ପୂରା ନାମ ସୁରିଲୀ ଯଶରାଜ ସିଂହ। ସୁରୀଲୀଙ୍କୁ ବଲିଉଡ ଫିଲ୍ମର ଅଫର ମିଳିଛି। ସେ ରାଜକୁମାରୀଙ୍କ ଫିଲ୍ମରୁ ଡେବ୍ୟୁ କରୁଛନ୍ତି। ସୁରୀଲୀଙ୍କ ପାଇଁ ଏହା ବଡ଼ ବ୍ରେକ୍ ଅଟେ,କାରଣ ଡେବ୍ୟୁ ଫିଲ୍ମରେ ତାଙ୍କ ଅପୋଜିଟରେ ରଣଦୀପ ହୁଡ଼ାଙ୍କୁ କାଷ୍ଟ କରାଯାଇଛି। ଏହି ଫିଲ୍ମ ସାରାଗଢ଼ୀ ଯୁଦ୍ଧ ଉପରେ ଆଧାରିତ। ଯାହାକୁ ନେଇ ଅକ୍ଷୟ କୁମାର ‘କେଶରୀ’ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ଫିଲ୍ମ ବନାଉଛନ୍ତି। ସୁରିଲି ୨୦୧୨ ରେ ପଞ୍ଜାବୀ ଫିଲ୍ମ ‘ପାଓ୍ବର କଟ୍’ରୁ ବଡ଼ ପରଦାରେ ଆକ୍ଟିଙ୍ଗ୍ କରି ସାରିଛନ୍ତି। ‘ପାଓ୍ବର କଟ୍’ ଫିଲ୍ମ ସୁରିଲିଙ୍କ ଶ୍ବଶୁର ଏବଂ କମେଡ଼ିଆନ୍ ଯଶପାଲ ଭଟ୍ଟି ପ୍ରଡ୍ୟୁସ୍ କରିଥିଲେ। ଫିଲ୍ମ ରିଲିଜ୍ ହେବା ଆଗରୁ ହିଁ ଯଶପାଲ ଭଟ୍ଟିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ସୁରିଲି ମଧ୍ୟ ଆହତ ହୋଇଥିଲେ। ସୁରିଲି ଯଶପାଲ ଭଟ୍ଟିଙ୍କର ପୁଅ ଯଶରାଜ ସିଂହଙ୍କୁ ୨୦୧୩ରେ ବିବାହ କରିଥିଲେ। ସୁରିଲିଙ୍କ ଜନ୍ମ ୟୁପିର ଲଖନଉରେ ହୋଇଥିଲା,କିନ୍ତୁ ତାଙ୍କର ପାଳନ-ପୋଷଣ ସବୁ ଚଣ୍ଡିଗଡ଼ରେ ହୋଇଛି। ୧୯୯୦ମସିହା ଅପ୍ରେଲ୍ ୩ତାରିଖରେ ଜନ୍ମ ହୋଇଥିବା ସୁରିଲି ଛୋଟ ପରଦାରେ ମଧ୍ୟ କାମ କରିସାରିଛନ୍ତି। ସେ ୨୦୦୮ରେ ଆସିଥିବା ଟିଭି ଶୋ ‘ମିତ ମିଲା ଦେ ରବ୍ବା’ରେ କାମ କରିଥିଲେ। ସୁରିଲି ଏବଂ ୟାମୀଙ୍କ ପିତା ମୁକେଶ ଗୈାତମ ନିଜେ ମଧ୍ୟ ଫିଲ୍ମ ନିର୍ଦ୍ଦେଶକ। ସେ ପଞ୍ଜାବୀ ଫିଲ୍ମ ଦୁନିଆରେ ଅତ୍ୟନ୍ତ ଲୋକପ୍ରିୟ। ସେ ୨୦୦୯ରେ ଅଖିଁୟା ଉଡ଼େକଦିୟା ଏବଂ ୨୦୧୧ରେ ଏକ ନୂର ଭଳି ହିଟ୍ ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.