ୟାମିଙ୍କର ଏ କି ରୂପ ? ଫ୍ୟାନ୍ସ ଦେଖିକି ହୋଇଗଲେ ଆଶ୍ଚର୍ଯ୍ୟ...

Published By : Prameya-News7 Bureau | September 16, 2021 IST

ମୁମ୍ବାଇ ୧୬/୦୯ : ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ତଥା ଅନ୍ୟତମ୍‌ ସୁନ୍ଦରୀ ୟାମି ଗୌତମ୍‌ । ୟାମି ବର୍ତ୍ତମାନ  ଇଣ୍ଡଷ୍ଟ୍ରୀରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ସେ ଲୁଚିଛପି ବିବାହ କଲେ ପରେ ନିଜ ଫିଲ୍ମ ଭୁତ ପୋଲିସ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏହା ବକ୍ସ ଅଫିସ୍‌ରେ ସେତେ ହିଟ୍ ହୋଇ ନାହିଁ ସତ କିନ୍ତୁ ଫିଲ୍ମରେ ୟାମିଙ୍କ ଅଭିନୟ ଏବଂ ବୂମିକାକୁ ନେଇ ଖୁବ୍ ପ୍ରଶଂସା କରାଯାଉଛି।

ନିକଟରେ ୟାମିଙ୍କର ନିକଟରେ ତାଙ୍କ ଚରିତ୍ରକୁ ନେଇ ଏକ ଅନୂଭୁତି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହା ସହ ଏକ ଫଟୋ ମଧ୍ୟ ସେୟାର କରାଯାଇଛି ।  ଯାହାକି ତାଙ୍କ ଫଟୋ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

wp:html
/wp:html

ତେବେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ୟାମି ବହୁ ବ୍ୟସ୍ତତା ପରେ ନିଜ କାମ କିପରି ଶେଷ କରିଛନ୍ତି ତା ବିଷୟରେ ଜଣାଇଥିଲେ । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି କି , ମୁଁ ଭୟଙ୍କର ଫିଲ୍ମକୁ ଭଲ ପାଏ । ଯେଉଁଥି ପାଈଁ ମୁଁ ଏହି ପିଲ୍ମରେ ଅଭିନୟ କରିଛି । କିନ୍ତୁ ଏହା ମୋ ପାଇଁ ସହଜ ନଥିଲା । ଏହା ସହ ଏହି ଫିଲ୍ମରେ ମତେ ପ୍ରସ୍ତୁତ ହେବାକୁ ତିନି ଘଣ୍ଟା ଲାଗିଥିଲା । ଏବଂ ମେକ୍‌ଅପ୍‌ ପୋଛିବା ପାଇଁ ୪୫ ମିନିଟ୍‌ ସମୟ ଲାଗୁଥିଲା ।  ହିମାଚଳ ପ୍ରଦେଶରେ ରାତିରେ ଖୁବ୍ ଥଣ୍ଡା ଥାଏ । ସେହି ଶୁଂଟି ସମୟରେ ମୋ ବେକରେ ଆଘାତ ଲାଗିଥାଏ  । ତଥାପି ମୁଁ ଶୁଂଟି କରିଥିଲି । କାହିଁକି ନା ମୁଁ ସବୁବେଳେ ଯୋଗ କରେ ଏହା ମତେ ବହୁତ ସାହାଯ୍ୟ କରିଛି । ମୁଁ ଚ୍ୟାଲେଞ୍ଜ ନେବାକୁ ସବୁ ବେଳେ ପ୍ରସ୍ତୁତ ଥାଏ ଓ ବାରମ୍ବାର ନେବି । ଏହା ସହ ମୋତେ ବହୁତ ଭଲ ପାଇଥିବାରୁ ବହୁତ ଧନ୍ୟବାଦ ।

ସେପଟେ ଏହି ମଲ୍ଟି ଷ୍ଟାର ଫିଲ୍ମ କିଛି ଖାସ୍ କରିପାରିଲା ନାହିଁ । କିନ୍ତୁ ଫିଲ୍ମରେ ୟାମିଙ୍କ ଭୟାନକ ଭୂମିକା ସମସ୍ତଙ୍କ ହୃଦୟ ଜିତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.