Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିବାହ ପରେ ସ୍ବାମୀଙ୍କ ସହ ଜନ୍ମ ଦିନ ପାଳନ କଲେ ୟାମି, କହିଲେ- ‘ବହୁତ ସ୍ପେଶାଲ ଥିଲା’…

29/11/2021 at 2:31 PM

ନୂଆଦିଲ୍ଳୀ ୨୯।୧୧ : ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟର ଜଣେ ୟାମି ଗୌତମ । ୟାମି ଗୌତମଙ୍କ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମ ଦିନ । ୟାମି ୨୮ ନଭେମ୍ବର ଅର୍ଥାତ୍‌ ଆଜି ସେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବର୍ଷର ଜନ୍ମଦିନ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ଅବସରରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଏକ ଫଟୋ ସେୟାର କରିଛନ୍ତି । ୟାମି ତାଙ୍କ ଇନ-ଲଜ୍ ସହିତ ଜନ୍ମଦିନ ପାଳନ କରିଥିଲେ । ୟାମି ପୋଷ୍ଟ ସହିତ ଏକ ଲମ୍ବା ନୋଟ୍‌ ମଧ୍ୟ ଲେଖିଛନ୍ତି । ୟାମି ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ।

ବାସ୍ତବରେ, ୟାମି ଗୌତମ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଏବଂ ଦୁଇଟି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ୟାମି ତାଙ୍କ ପରିବାର ମଧ୍ୟରେ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି।  ତାଙ୍କ ପରିବାର ସଦସ୍ୟ ସହ କେକ୍‌ କାଟୁଛନ୍ତି । ଏହି ସମୟରେ ଅଭିନେତ୍ରୀ ବହୁତ ସରଳ ଓ ସିମ୍ପଲ୍‌ ଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ୟାମିଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ ପ୍ରେମ ବର୍ଷା କରୁଛନ୍ତି ।  

ୟାମି ଗୌତମ ଏହି ପୋଷ୍ଟ ସହିତ ଏକ ଲମ୍ବା କ୍ୟାପସନ୍ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅତ୍ୟନ୍ତ ସ୍ମରଣୀୟ ଓ ସ୍ବତନ୍ତ୍ର ଅଟେ । ୟାମି ଲେଖିଛନ୍ତି, ୨୮.୧୧.୨୦୨୧ ମୋ ପାଇଁ ଏକ ବିଶେଷ ଦିନ ହୋଇଛି, ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ମୋର ସୁନ୍ଦର ପରିବାର ଏବଂ ବିଶେଷକରି ମୋ ସ୍ୱାମୀଙ୍କୁ ଧନ୍ୟବାଦ।  

   Related Posts