ବଜାରକୁ ଆସୁଛି ୟାମାହା କମ୍ପାନୀର ଲାଟେଷ୍ଟ ମଡେଲ୍ e-bike, ପର୍ବତାରୋହୀଙ୍କ ପାଇଁ ସୁଗମ ହେବ ଯାତ୍ରା

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୦୪ : ପରିବର୍ତ୍ତନଶୀଳ ବିଶ୍ବରେ ଏବେ ସୁସ୍ଥ ଏବଂ ସୁରକ୍ଷିତ ଯାତାୟତ ଉପରେ ପ୍ରାୟ ସମସ୍ତେ ଗୁରୁତ୍ବ ଦେଉଛନ୍ତି । ସୁସ୍ଥ ରହିବା ପାଇଁ ସାଇକେଲର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରକୃତିକୁ ଉପଭୋଗ କରିବା ପାଇଁ ପର୍ବତାରୋହୀଙ୍କ ସାଇକେଲ ଚାଳନା ବେଶ ଆକର୍ଷିତ କରିଥାଏ । ଏ କ୍ଷେତ୍ର​‌ରେ ଆଉ ପାଦେ ଆଗେଇଛି ୟାମାହା ମୋଟରସାଇ​‌କେଲ କମ୍ପାନୀ । କମ୍ପାନୀ ପକ୍ଷରୁ ଏହାର ମୋଟରବାଇକ୍ ଏବଂ ଇ-ବାଇକର ଜ୍ଞାନ କୌଶଳ ବ୍ୟବହାର କରାଯାଇ ନୂତନ ଭାବେ ନୂଆ ମାଉଣ୍ଟେନ୍‌ ଇ-ସାଇକେଲକୁ ବଜାର ପ୍ରବେଶ କରିବାକୁ ଯୋଜନା କରୁଛି ।

ଏହା ପୂର୍ବରୁ ମଧ୍ୟ ୟାମାହା ପକ୍ଷରୁ ଇ-ସାଇକେଲ ବଜାର ପ୍ରବେଶ ହୋଇସାରିଛି । କିନ୍ତୁ ନୂତନ ଭାବେ ଆସିବାକୁ ଥିବା ଇ-ସାଇକେଲର ଅଧିକ ଫିଚର୍ସ ରହିବା ସହିତ ପୂର୍ବାପେକ୍ଷା ଏହା ଅଧିକ ଆକର୍ଷଣୀୟ ରହିଛି ବୋଲି କହିଛନ୍ତି ୟାମାହା ମୋଟର୍ସର ବରିଷ୍ଠ ଅଧିକାରୀ କାଜୁହିରୋ ମୁରାତା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଇ-ବାଇକ୍‌ର ବିଶେଷତ୍ବ ହେଉଛି ପୂର୍ବରୁ ପର୍ବତାରୋହଣ କରିନଥିବା ଚାଳକ ମଧ୍ୟ ଇଲେକ୍ଟ୍ରି ଡ୍ରାଇଭ ୟୁନିଟ୍‌ ମାଧ୍ୟମରେ ଇ-ବାଇକ୍‌ ସାହାଯ୍ୟରେ ପର୍ବତାରୋହଣ କରିପାରିବେ । ଏହା ସହିତ ଏହି ଇ-ସାଇକେଲର ଉଭୟ ଆଗରେ ଏବଂ ପଛରେ ସସ୍‌ପେନ୍‌ସନ୍‌ ଲଗାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଜାପାନ ଟେକନୋଲୋଜି ଦ୍ବାରା ନିର୍ମାଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିରେ ଚାଲିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.