Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇଦରକୁ ଭେଟିଥିଲା ୟାକୁବ

12/04/2021 at 11:28 AM

କଟକ ୧୨।୦୪: ହାଇଦର ସହଯୋଗୀର ଆତ୍ମସମର୍ପଣ । ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ । ପୂର୍ବରୁ ଆତ୍ମସମର୍ପଣ କରିବା ନେଇ ନ୍ୟୁଜ ୭ର କ୍ୟାମେରା ଆଗରେ କହିଥିଲା ୟାକୁବ । ସେପଟେ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ ।

ଖବର ଅନୁଯାୟୀ, ରବିବାର ଦିନ ନ୍ୟୁଜ ୭କୁ ଦେଇଥିବା ଏକ ସାକ୍ଷାତକାରରେ ୟାକୁବ ଅନେକ ଗୁମର ଖୋଲିଥିଲା । ସେ କହିଥିଲା ଯେ, କଟକ ଏସସିବିରେ ହାଇଦରକୁ ଭେଟିଥିଲା। କାମଧନ୍ଦା ପାଇଁ ଦୁଇ ତିନି ଥର ଭେଟିଥିଲା। ବାଲିଘାଟ ଓ ଠିକା କାମ ପାଇଁ ହାଇଦରକୁ ୟାକୁବ କହିଥିଲା । ସବୁଠୁ ବଡ କଥା ହେଲା କି ୟାକୁବ ହାଇଦର ପାଇଁ ବିରିଆନି ନେଇ ସର୍ଜରୀ ଓ୍ଵାର୍ଡକୁ ମଧ୍ୟ ଯାଇଥିଲେ। ଏବେ ହାଇଦର ଫେରାର ହୋଇଯାଇଛି । ତେଣୁ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି । ପୋଲିସକୁ ତଦନ୍ତରେ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଥିଲା । ହାଇଦର କେଉଁଠି ଅଛନ୍ତି ମୁଁ ଜାଣିନାହିଁ। ମୁଁ ଚାହୁଁନି ମୋ ପରିବାର ମୋ ପାଇଁ ଅସୁବିଧାରେ ନପଡୁ। ତେଣୁ ମୁଁ ପୋଲିସଠାରେ ଆତ୍ମ ସମର୍ପଣ କରିବାକୁ ଚାହୁଁଛି ବୋଲି ୟାକୁବ କହିଥିଲା ।

ତେବେ ୟାକୁବର ବୟାନର ଗୋଟିଏ ଦିନ ନପୂରୂଣରୁ ସେ ଥାନାରେ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ହାଇଦରର ସହଯୋଗୀ ୟାକୁବ ।

   Related Posts