Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଯଜ୍ଞର ହୋମରେ ପୋଡ଼ିଯିବ କରୋନା ଭାଇରସ୍ : ଜାଣନ୍ତୁ ଘରେ ଯଜ୍ଞ କରିବାର ଉପକାରୀତା

28/04/2020 at 6:09 PM

ଯେବେଠାରୁ କରୋନା ଭାଇରସ୍ ମହାମାରୀ ଜନ୍ମ ନେଇଛି ସେବେଠାରୁ ବିଶ୍ବରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଛି। ଏବେ ବି ଅସଂଖ୍ୟ ଲୋକ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଯେଉଁମାନେ ଜୀବିତ ସେମାନଙ୍କ ଜୀବନଶୈଳୀ ବଦଳିଯାଇଛି। ପ୍ରକୃତିକୁ ସ୍ବଚ୍ଛ କରିବା ପାଇଁ ଯେଉଁ କାମ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ କରି ପାରିଲେ ନାହିଁ ସେହି କାମ ଲକଡାଉନ୍ କରି ଦେଖାଇଲା। ପ୍ରକୃତିର ସୌନ୍ଦର୍ଯ୍ୟରେ ଯୋଗଦାନ କରିବାକୁ ଏବଂ କରୋନାକୁ ପୃଥିବୀପୃଷ୍ଠରୁ ହଟାଇବାକୁ ଆଜିଠୁ ଘରେ କରନ୍ତୁ ଯଜ୍ଞ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଯଜ୍ଞ କରାଯାଏ,ସେଠାରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। କୌଣସି ବାହ୍ୟ ଶକ୍ତି ସେଠାରେ କାୟା ବିସ୍ତାର କରିବାକୁ ଅସମର୍ଥ ହୋଇଥାଏ। ପରିବାରରେ ସୁଖ-ସମୃଦ୍ଧି ବଜାୟ ରହିଥାଏ।

ଯଜ୍ଞ କରିବା ଦ୍ବାରା ବାତାବରଣ ଶୁଦ୍ଧ ହୋଇଥାଏ,କାରଣ ଯଜ୍ଞରେ ପଡ଼ୁଥିବା ସମସ୍ତ ସାମଗ୍ରୀ ପ୍ରଦୂଷଣ ଦୂର କରିଥାଏ। ଯଜ୍ଞର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ ହିତ। ମନୁଷ୍ୟ ନିଜ କାର୍ଯ୍ୟକଳାପ ଦ୍ବାରା ପ୍ରଦୂଷଣ ସୃଷ୍ଟି କରି ବାୟୁ,ଜଳ,ପରିବେଶ ଦୂଷିତ କରି ନିଜ ଜୀବନକୁ ସଙ୍କଟରେ ପକାଇଥାଏ,କିନ୍ତୁ ଯଜ୍ଞ ପର୍ଯ୍ୟାବରଣକୁ ପୁନଃରୁଦ୍ଧାର କରିବାର ମାଧ୍ୟମ ଅଟେ।

ନବେ ଦଶକରେ ବୈଜ୍ଞାନିକଙ୍କ ଅନୁସନ୍ଧାନ ଏହା ପ୍ରମାଣିତ କରି ଦେଇଥିଲା ଯେ ଫର୍ମାଲଡିହାଇଡ ଗ୍ୟାସ୍ ଏକ ଅତ୍ୟନ୍ତ ଶକ୍ତିଶାଳୀ,ଜୀବାଣୁନାଶକ ଗ୍ୟାସ୍ ଯାହା ବ୍ୟାକ୍ଟେରିଆକୁ ସଂହାର କରିଥାଏ।  

   Related Posts