୨୦୨୧ରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରିଥିବା ନେତାଙ୍କ ସୂଚୀର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୩।୧୨:  ସରିଆସିଲାଣି ୨୦୨୧, ଏବେ ସମସ୍ତଙ୍କ ଅପେକ୍ଷା ୨୦୨୨କୁ। ତେବେ ୨୦୨୧ର ଗତିବିଧି ନେଇ ୟାହୁ ସର୍ଚ୍ଚ ଇଞ୍ଜିନ ରିପୋର୍ଟ ଜାରି କରିଛନ୍ତି। ଏଥିରେ ୨୦୨୧ରେ ଲୋକେ ଅଧିକ ସର୍ଚ୍ଚ କରିଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ଦିଗ୍ଗଜ କ୍ରିକେଟର ବିରାଟ କୋହଲୀ ସୂଚୀର ଦ୍ୱିତୀୟ ସ୍ଥାନରେ ଥିବା ଜଣାପଡିଛି। 

ସର୍ଚ୍ଚ ଇଞ୍ଜିନ ୟାହୁର ‘ମୋଷ୍ଟ ସର୍ଚ୍ଚଡ ପଲିଟିସିଆନ ଅଫ ୨୦୨୧ ’ ସୂଚୀରେ ନରେନ୍ଦ୍ର ମୋଦି  ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ପଶ୍ଚିମବଙ୍ଗରେ ବିଜେପିକୁ ମାତ ଦେଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପାର୍ଟିର ଚେହେରା ପାଲଟିଥିବା ରାହୁଲ ଗାନ୍ଧିଙ୍କୁ ତୃତୀୟ ସ୍ଥାନ ମିଳିଛି। ସେହିପରି ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ନେତାଙ୍କ ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଚତୁର୍ଥ ସ୍ଥାନ ପାଇଛନ୍ତି।

{"id":553768,"sizeSlug":"full","linkDestination":"none"}

ତେବେ ବିଜେପିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଲିକାରେ ପଛରେ ପଡିଛନ୍ତି। ବିରୋଧୀ ଦଳର ଟାଣୁଆ ନେତା ସୂଚୀର ଆଗଧାଢିରେ ଥିବା ଦେଖାଯାଇଛି। ୟାହୁଙ୍କ ଏହି ବାର୍ଷିକ ସର୍ଚ୍ଚ ଇଞ୍ଜିନ ସମୀକ୍ଷାରେ ୩ କୃଷି ଆଇନକୁ ନେଇ ଦିଲ୍ଲୀ ଚାଷୀ ଆନ୍ଦୋଳନ ବର୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଥିଲା। କୃଷକ ଆନ୍ଦୋଳନକୁ ୟାହୁ ଟପ୍ ନ୍ୟୁଜ ମେକର୍ସ ଅଫ ୨୦୨୧ ରେଖାଙ୍କିତ କରିଛି।

ସେହିପରି ଡ୍ରଗ୍ସ କେସ୍‌ରେ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କ ଗିରଫଦାରୀ ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୨୦୨୧ କେନ୍ଦ୍ର ବଜେଟ୍ ତୃତୀୟ ଓ ଅସଡ ଫିଲ୍ମ ନିର୍ମାଣ ଲାଗି ଗିରଫ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜକୁନ୍ଦ୍ରା ଚତୁର୍ଥ ସ୍ଥାନରେ ରହିଛନ୍ତି। ୟାହୁ ତାଙ୍କର ଏହି ରିପୋର୍ଟ ବର୍ଷରେ ଦୈନିକ ଲୋକଙ୍କ ସର୍ଚ୍ଚ ଆକ୍ଟିଭିଟି ଆଧାରରେ ପ୍ରସ୍ତୁତ କରିଛନ୍ତି। ଏଥିରେ ସେଲିବ୍ରିଟିଙ୍କ ସର୍ଚ୍ଚରେ ସିଦ୍ଧାର୍ଥ ଶୁକ୍ଳା ପ୍ରଥମ ସ୍ଥାନରେ ରହିଛନ୍ତି।

{"id":553769,"width":841,"height":554,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.