Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଡିସେମ୍ବରରୁ ବନ୍ଦ ହୋଇଯିବ Yahoo ଗ୍ରୁପସ୍‌: ୧୯ ବର୍ଷର ଯାତ୍ରା​‌ ଶେଷ, ମେଲ୍‌ ସେଣ୍ଡ ଏବଂ ରିସିଭ୍ ହେବ ମୁସ୍କିଲ୍‌

13/10/2020 at 3:44 PM

ନୂଆଦିଲ୍ଲୀ ୧୩/୧୦: ବିଶ୍ବରେ ଏକ ନମ୍ବର ସର୍ଚ୍ଚ ଇଞ୍ଜିନ୍‌ ଭାବେ ଗୁଗ୍‌ଲ ପରିଚିତ। ଗୁଗଲ୍‌ ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ୟାହୁ(Yahoo) ଳଗାତର କ୍ଷତି ସହୁଥିବା ଦେଖିବାକୁ ମିଳିଛି। ବାରମ୍ବାର କ୍ଷତି ସହିବା ଓ ଏଥିରେ ଉନତ୍ତି ନଆସିବା ଯୋଗୁଁ ଡିସେମ୍ବର ୧୫ରେ ୟୁଜର୍ସଙ୍କୁ ଅଲବିଦା ଜଣାଇବ Yahoo । ତେବେ ୟାହୁ ଗ୍ରୁପସ୍‌କୁ ବନ୍ଦ କରିବା ପାଇଁ ବେରିଜୋନ୍‌ ପକ୍ଷରୁ ମଙ୍ଗଳବାର ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏକ ସମୟରେ ୟାହୁ ଓ୍ବେବ୍‌ ଦୁନିଆର ସବୁଠୁ ବଡ଼ ମେସେଜ୍‌ ବୋର୍ଡ ସିଷ୍ଟମ ଥିଲା। କିନ୍ତୁ ଚଳିତ ବର୍ଷ ଶେଷ ବେଳକୁ ୟାହୁ ବିଦାୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ୟାହୁ ଲଗାତର କ୍ଷତିର ସାମ୍ନା କରୁଛି। ଏହି ସମୟରେ ୟୁଜର୍ସ ପ୍ରିମିୟମ୍‌ ଓ ଭରସାଯୋଗ୍ୟ ସାମଗ୍ରୀ ଚାହୁଁଛନ୍ତି। ତେବେ ଏଥିରେ ବିଫଳ ହୋଇଛି। ତେଣୁ ଦୀର୍ଘ ଯୋଜନା ପାଇଁ କିଛି ସେବାକୁ ବନ୍ଦ କରିବା ଆବଶ୍ୟକ ବୋଲି କମ୍ପାନୀର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି।

Yahoo ସେବା ୨୦୦୧ରେ ଆରମ୍ଭ କରିଥିଲା। ଗୁଗ୍‌ଲ ଓ ଫେସ୍‌ବୁକ୍‌ ବିପକ୍ଷରେ ଏହା ଅଗ୍ରଗତି କରିବାରେ ବିଫଳ ହୋଇଥିଲା। ନୂଆ ଗ୍ରୁପ୍ ତିଆରି କରିବା କଷ୍ଟକର । ୧୫ ଡିସେମ୍ବର ପାଖରୁ ନା ମେଲ୍‌ ପ୍ରାପ୍ତ କରିପାରିବେ ନା ପଠାଇପାରିବେ। ଏ ସମସ୍ତ ସୁବିଧାରୁ ବଞ୍ଚିତ ହେବେ ୟାହୁ ୟୁଜର୍ସ। କମ୍ପାନୀ ସଦସ୍ୟଙ୍କୁ ମେଲ୍‌ କରିପାରିବେ ନାହିଁ ୟୁଜର୍ସ । ଆମେରିକାର ଓ୍ବାୟରଲେସ୍‌ ସେବା ପ୍ରଦାନକାରୀ ସଂସ୍ଥା ବେରିଜୋନ୍‌ ୨୦୧୭ରେ Yahooକୁ ୪.୮ ଆରବ ଡଲାରରେ କିଣିଥିଲା। ତେବେ ୟାହୁ ବନ୍ଦ ହେବାକୁ ନେଇ ୟୁଜର୍ସଙ୍କ ଗହଣରେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।   

   Related Posts