ଭର୍ଜିନିଟି କଥାକହି ବିବାଦରେ ପ୍ରଫେସର ; ସିଲ ଖୋଲାଯାଇ ନ ଥିବା ଥଣ୍ଡା ପାନୀୟ ବୋତଲ ପରି ଝିଅଙ୍କ ଭର୍ଜିନିଟି ବୋଲି କହିଥିଲେ ପ୍ରଫେସର

Published By : Prameya-News7 Bureau | January 15, 2019 IST

କୋଲକାତା ଯାଦବପୁର ବିଶ୍ଵବିଦ୍ୟାଳୟର ପ୍ରଫେସର କନକ ସରକାର ସୋସିଆଲ ମିଡ଼ିଆରେ ଝିଅଙ୍କ ଭର୍ଜିନିଟି( ସତୀତ୍ଵ)କୁ ନେଇ ପୋଷ୍ଟ କରିଥିବା ମେସେଜକୁ ନେଇ ହୋଇପଡ଼ିଛନ୍ତି ବିବାଦୀୟ । ସେ ବିଭିନ୍ନ ପୋଷ୍ଟରେ ଭର୍ଜିନିଟିକୁ ନେଇ ରଖିଛନ୍ତି ଭିନ୍ନ ଭିନ୍ନ ମତ । ପୋଷ୍ଟ କରିଥିବା ଏହିସବୁ ମେସେଜକୁ ଡ଼ିଲିଟ କରିଦେଲେ ବି ବିବାଦ ତାଙ୍କ ପିଛା ଛାଡ଼ିନାହିଁ ।

{"id":74469}

ସେ ଏହି ପୋଷ୍ଟସବୁ ଝିଅମାନଙ୍କୁ ବସ୍ତୁ ସହିତ ତୁଳନା କରି ଲେଖିଥିବା ଯୋଗୁଁ ବିବାଦୀୟ ହୋଇଛନ୍ତି । ସେ ଝିଅଙ୍କ ଭର୍ଜିନିଟିକୁ ସିଲ ଖୋଲାଯାଇ ନଥିବା ଥଣ୍ଡା ପାନୀୟ ବୋତଲ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ଅନେକ ପୁଅ ମୂର୍ଖ ଥାଆନ୍ତି, ବିବାହ କରିବାକୁ ଯାଉଥିବା ଝିଅ ଭର୍ଜିନ ଅଛିକି ନାହିଁ , ଆଦୌ ସଚେତନ ନ ଥାନ୍ତି । ଦୋକାନରୁ କିଣିବା ବେଳେ ଖୋଲାଥିବା ଥଣ୍ଡା ପାନୀୟ କି ବିସ୍କୁଟ ପ୍ୟାକେଟ  କିଏ କଣେ କି କି ବୋଲି ତାଙ୍କ ପ୍ରଥମ ପୋଷ୍ଟରେ ଲେଖିଥିଲେ ।

{"id":74470}

ସେ ଏହିକଥା ଲେଖି ଡ଼ିଲିଟ୍ କରିଦେଲା ପରେ ମଧ୍ୟ କିଛି ୟୁଜର ସ୍କିନସଟ୍ ମାରି ରଖିଥିବା ଏହି ମେସେଜକୁ ଆଉଥରେ ପୋଷ୍ଟ କରିଥିଲେ ।

{"id":74471}

୯ ଫେବୃଆରୀରେ କରିଥିବା ପୋଷ୍ଟରେ ଲେଖିଛନ୍ତି-ଆଜିକାଲି ଝିଅ-ପୁଅମାନେ ଭର୍ଜିନିଟିକୁ ନୈତିକତା ବୋଲି ଗ୍ରହଣ କରୁନାହାଁନ୍ତି । ଅବିବାହିତ ଜୀବନକୁ ମନୋରଂଜନଧର୍ମୀ କରିଦେଉଛନ୍ତି । ଯଦ୍ଵାରା ଜଣେ ଝିଅ କୌଣସି ପୁଅଦ୍ଵାରା ଠକାମୀରେ ଶିକାର ହେଉଛନ୍ତି । ଯଦି ଜଣେ ପୁଅ ଭର୍ଜିନଥିବା ଝିଅଟିଏ ଚାହୁଁଛି, ତାହେଲେ ଝିଅଙ୍କୁ ସମ୍ମାନ ଦେବା ଦରକାର ।

{"id":74473}

୨୨ ଡ଼ିସେମ୍ବରରେ ସେ ଆଉ ଏକ ପୋଷ୍ଟ ମଧ୍ୟ ଭର୍ଜିନିଟିକୁ ନେଇ କରିଥିଲେ । ସେ କହିଥିଲେ ଜଣେ ବିବାହ କରିବା ପାଇଁ  ଭର୍ଜିନିଟି ହେଉଛି ଗୋଟିଏ ଝିଅର ବ୍ୟକ୍ତିତ୍ଵ ଓ ସମ୍ପଦ  । ସୁଯୋଗ ଅଭାବରୁ ସତୀ ବୋଲି ଝିଅମାନେ ଭାବିବା ଉଚିତ ନୁହେଁ । ଭର୍ଜିନିଟି ରଖିବା ଜଣେ ଝିଅର କର୍ତ୍ତବ୍ୟ  ଓ ଗର୍ବ ବୋଲି ଭାବିବା ଉଚିତ ।  ଜଣେ ଝିଅ ଯଦି ଭର୍ଜିନିଟି ରହେ, ତା ହେଲେ ନିଜ ସ୍ଵାମୀ ପ୍ରତି ତାହା ସର୍ବଶ୍ରେଷ୍ଠ ଉପହାର ବୋଲି ଭାବିବାକୁ ପଡ଼ିବ ।

{"id":74474}

ସଂପୃକ୍ତ ଅଧ୍ୟାପକ ଏବେ ବିଭିନ୍ନ ମହଲରୁ ଷ୍ଟ୍ରୋଲର ଶିକାର ହୋଇଛନ୍ତି । ଏପରିକି ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସମସ୍ୟାର ସମ୍ମୁଖୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.