ସମସ୍ତିପୁରରେ ତେଜସ୍ବୀଙ୍କ ପ୍ରଚାର, କହିଲେ- ‘ହେଲିକପ୍ଟରକୁ ଟ୍ରାକ୍ଟର କରିଦେଲୁ କିନ୍ତୁ ଭାଙ୍ଗି ପାରିଲୁନି ଲାଲୁଜୀଙ୍କ ରେକର୍ଡ’

Published By : Prameya-News7 Bureau | October 29, 2020 IST

ପାଟଣା ୨୯/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ କମ୍ପୁଛି କ୍ୟାମ୍ପେନ୍‌। ସଭା, ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ରାଜନୈତିକ ଦଳ। ବହୁ ସଂଖ୍ୟାରେ ସଭା ଓ ରାଲି ହେଉଛି କିନ୍ତୁ ଲାଲୁଙ୍କ ରେକର୍ଡ କେହି ଭାଙ୍ଗି ପାରିନାହାନ୍ତି। ଏଭଳି ସମସ୍ତିପୁରର ଉଜିଆରପୁର ସଭାରେ  ଖୋଦ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି।

ଉଜିଆରପୁର ସଭାରେ ତେଜସ୍ବୀ କହିଛନ୍ତି, ୧୩-୧୩ ସଭା କରିବାକୁ ପଡ଼ୁଛି। ବେଳେବେଳେ ୧୬ ସଭା ହୋଇଯାଉଛି। ହେଲିକପ୍ଟରକୁ ଟ୍ରାକ୍ଟର କରିପକାଇଛୁ କିନ୍ତୁ ଲାଲୁଜୀଙ୍କ ରେକର୍ଡ ଭାଙ୍ଗିପାରିଲୁ ନାହିଁ। ତାଙ୍କ ନାଁରେ ୧୬ ରାଲି କରିବାର ରେକର୍ଡ ଥିଲା। କିନ୍ତୁ ଆମେ କେବଳ ୧୬ ସଭା କରିଛୁ।

ଏନଡିଏକୁ ଟାର୍ଗେଟ କରି ତେଜସ୍ବୀ କହିଥିଲେ, ବିଜେପି ବାଲା ଓ ନୀତିଶ କୁମାର ଆମ ପଛରେ ୩୦-୩୦ ହେଲିକପ୍ଟର ଲଗାଇଛନ୍ତି। ଉଜିଆରପୁର ବାସିନ୍ଦା ଜାଣିଛନ୍ତି ବିହାରୀ ସମସ୍ତଙ୍କ ଉପରେ ଭାରୀ। ଆମେ ସମସ୍ତଙ୍କ ଉପରେ ଭାରୀ କାରଣ ବିହାର ଜନତା ଆମ ସହ ଛିଡ଼ା ହୋଇଛନ୍ତି।

ପିଆଜ କିଲୋ ଶତକ ଛୁଇଁଛି। କେଉଁଆଡ଼େ ଗଲେ ବିଜେପି ନେତା ? ଏବେ ବିଜେପି ନେତା ପିଆଜ ମାଳ ପିନ୍ଧୁଛନ୍ତି। ଆଗରୁ ଦରଦାମ ବୃଦ୍ଧି ବିଜେପିକୁ ଡାଏନ୍‌ ଭଳି ଲାଗୁଥିଲା ଏବେ କଣ ଲାଗୁଛି ବୋଲି ପ୍ରଶ୍ନ କରିଥିଲେ ତେଜସ୍ବୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.