Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବିଳମ୍ବିତ ରାତିରେ ମୟୂରଭଞ୍ଜ ଅତିକ୍ରମ କରିବ ‘ୟାସ୍’, ଆସନ୍ତାକାଲି ଏହି ଜିଲ୍ଲାରେ ପ୍ରବଳ ବର୍ଷା

26/05/2021 at 9:02 PM

ଭୁବନେଶ୍ୱର ୨୬।୦୫: ଏବେ ବି ମୟୂରଭଞ୍ଜର ବାରିପଦାରେ ବାତ୍ୟା ୟାସ୍‌ର ପ୍ରଭାବ ଜାରି ରହିଛି। ବର୍ତ୍ତମାନ ଏହା ବାରିପଦାର ଉତ୍ତର ଦିଗରେ ରହିଥିବା ବେଳେ ଉତ୍ତରପଶ୍ଚିମ ଦେଇ ଗତି କରୁଛି। ତେବେ ବର୍ତ୍ତମାନ ଏହା ଭୀଷଣ ବତ୍ୟାର ରୂପରେ ଥିବା ବେଳେ ଖୁବ୍‌ କମ୍ ସମୟରେ ଏହା ବାତ୍ୟାରେ ପରିଣତ ହେବ। ପବନର ବେଗ କମି ୫୦ରୁ ୬୦ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

କହିଛନ୍ତି ଯେ ଆଜି ସକାଳ ପାଖାପାଖି ୯ଟା ବେଳେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିଥିଲା। ଆଜି ବିଳମ୍ବିତ ରାତି କିମ୍ବା କାଲି ଭୋରରୁ ବାତ୍ୟା ୟାସ୍ ମୟୂରଭଞ୍ଜ ଅତିକ୍ରମ କରି ଝାଡଖଣ୍ଡରେ ପ୍ରବେଶ କରିବ। ଏହା ପ୍ରଭାବରେ ଆଜି ମୟୂରଭଞ୍ଜ ଓ କେନ୍ଦୁଝରର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତାକାଲି ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟାକୁ ଆଖିରେ ରଖି ମୟୂରଭଞ୍ଜରେ ଏକ ଲକ୍ଷରୁ ଅଧିକ ଉଦ୍ଧାର କରାଯାଇଛି। ଏହାକୁ ମିଶାଇର ମୋଟ ସାଢ଼େ ୬ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି ବାତ୍ୟାରେ କିଛି ଜାଗାରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି।  ସାମୁଦ୍ରିକ ଜୁଆର ଯୋଗୁଁ ଭଦ୍ରକ ଓ ବାଲେଶ୍ୱର କିଛି ଗାଁରେ ସମୁଦ୍ର ପାଣି ପଶିଛି। ସେହି ଅଞ୍ଚଳରେ ଇଲେକ୍ଟ୍ରିକ୍ ଖୁଣ୍ଟ ପାଣି ଭିତରେ ଅଛି କିଛି ସୋଇବା ଅବସ୍ଥାରେ ଅଛି।

   Related Posts