Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଘଣ୍ଟା ପ୍ରତି ୧୭ କିମି ବେଗରେ ମାଡି ଆସୁଛି ‘ୟାସ୍‌’, ପାରାଦୀପଠୁ ଏତିକି କିମି ଦୂରରେ ବାତ୍ୟା

25/05/2021 at 4:23 PM

ଭୁବନେଶ୍ଵର ୨୫।୦୫: ସାମୁଦ୍ରିକ ଝଡ ‘ୟାସ୍‌’ ଅତୀ ଭୀଷଣ ରୂପ ଧରି ସ୍ଥଳଭାଗ ଅଭିମୁଖେ ମୁହାଁଇଛି। ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ବାତ୍ୟା ଆଗକୁ ବଢୁଛି। ପାରାଦୀପଠୁ ବର୍ତ୍ତମାନ ୨୨୦ କିମି ଦୂରରେ ରହିଛି ୟାସ୍। ବାଲେଶ୍ଵରଠୁ ୩୩୦ ଓ  ଦୀଘାଠାରୁ ୩୨୦ କିମି ଦୂରରେ ରହିଛି ବାତ୍ୟା।  ଏହାରି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କାଲିଠୁ ବର୍ଷା ସହ ପବନ ଲାଗି ରହିଛି। ଆସନ୍ତାକାଲି ସକାଳେ ଏହା ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ ଅନୁଯାୟୀ, ଧାମରା ଓ ଚାନ୍ଦବାଲିରେ ସବୁଠୁ ଅଧିକ କ୍ଷତି ଘଟାଇବ ବାତ୍ୟା। ସବୁଠୁ ଅଧିକ ପ୍ରଭାବିତ ହେବେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା। ଏହି ଦୁଇ ଜିଲ୍ଲାରେ ସମୁଦ୍ରରେ ୪ ମିଟର ଉଚ୍ଚତା ଯାଏଁ ଜୁଆର ଆସିବ। ସେହି ପରି କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟରର ଜୁଆର ଆସିବ। ବାତ୍ୟାର ପ୍ରଭାବ ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମଧ୍ୟ ଅନୁଭୂତ ହେବ। ୨୬ ତାରିଖ ସକାଳେ ଉପକୂଳରେ ଅଧିକ ପ୍ରଭାବ ପଡିବ।

ସେ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ। ଏପରିକି ବେଳେ ବେଳେ ପବନ ୧୮୫ କିମିରେ ମଧ୍ୟ ବହିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ ରହିବ। ଆଜି ମଧ୍ୟ ରାତ୍ରରୁ ୮୦ ରୁ ୯୦ କିମି ବେଗରେ ପବନ ବହିବା ଆରମ୍ଭ ହୋଇଯିବ। ଆସନ୍ତାକାଲି ସକାଳୁ ପବନର  ବେଗ ୧୫୦ରୁ ୧୬୦ କିମିରେ ବହିବ।

ଏସଆରସି କହିଛନ୍ତି ଭିତରକନିକା, ଚାନ୍ଦବାଲି ଓ ଧାମରାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଜୋନରେ ରଖାଯାଇଛି । କେନ୍ଦୁଝର, ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି ।

ସେହିପରି ସୁନ୍ଦରଗଡର ଲହୁଣୀପଡା ଓ ବଣେଇ, ଢେଙ୍କାନାଳର ୩ ବ୍ଲକ୍ କଙ୍କଡାହାଡ଼, ଭୁବନ, କାମାକ୍ଷାନଗର ଓ ଅନୁଗୋଳର ପାଲଲହଡା ଓ କଣିହାଁ ଆଦି ବ୍ଲକକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ୩୦ଟି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି। ମଙ୍ଗଳବାର ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ । ୫୦ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇସାରିଛନ୍ତି ।

   Related Posts