Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କୁ ୱାଇ କ୍ୟାଟେଗରୀ ସୁରକ୍ଷା: ଆଦେଶ ଜାରି କଲା ଗୃହ ମନ୍ତ୍ରାଳୟ

28/04/2021 at 8:16 PM

ନୂଆଦିଲ୍ଲୀ ୨୮/୦୪ : ଏଷ୍ଟ୍ରେଜେନିକା ସହ ମିଶି କରୋନା ଭ୍ୟାକସିନ ପ୍ରସ୍ତୁତ କରୁଥିବା ପୁନେ ସ୍ଥିତ ଦେଶର ସବୁଠାରୁ ବଡ ଔଷଧ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲାଙ୍କୁ ୱାଇ କ୍ୟାଟେଗରୀ ସୁରକ୍ଷା ଦିଆଯାଇଛି। ତାଙ୍କୁ ଏହି ସୁରକ୍ଷା ପୁରା ଦେଶରେ ଦିଆଯିବ। ଏନେଇ ବୁଧବାର ଦିନ ଗୃହ ମନ୍ତ୍ରାଳୟ ଆଦେଶ ଜାରି କରିଛି। ଗୃହ ମନ୍ତ୍ରାଳୟ ଆଦେଶ ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ତରଫରୁ ଆଦର ପୁନାୱାଲାଙ୍କୁ ଏହି ସୁରକ୍ଷା ଦିଆଯିବ।

ଏହା ପୂର୍ବରୁ ସିରମ ରାଜ୍ୟମାନଙ୍କୁ ଭ୍ୟାକସିନ ଦେବାକୁ କୋଭିଶିଲ୍ଡ ଭ୍ୟାକସିନର ଦାମ ୧୦୦ ଟଙ୍କା ହ୍ରାସ କରିଛି। ଏହା ପୂର୍ବରୁ ଭ୍ୟାକସିନ ଦାମ ୪୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଡୋଜ ପ୍ରତି ୩୦୦ ଟଙ୍କା ରଖାଯାଇଛି। ଆଦର ପୁନାୱାଲା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ତରଫରୁ ରାଜ୍ୟମାନଙ୍କୁ ଦିଆଯିବାକୁଥିବା ଭ୍ୟାକସିନ ଦାମ ୪୦୦ ରୁ ୩୦୦ ଟଙ୍କା କରିଛି ଏବଂ ତତ୍କାଳ ଲାଗୁ ହେବ। ଏହାଦ୍ୱାରା ରାଜ୍ୟମାନଙ୍କୁ କୋଟିଏ ଟଙ୍କା ସଞ୍ଚୟ ହେବ। ଯାହାଫଳରେ ଅଧିକ ଭ୍ୟାକସିନ ଯୋଗାଇ ହେବ ଓ ଅଧିକ ଲୋକଙ୍କ ଜୀବନ ବଞ୍ଚାଇହେବ।

କମ୍ପାନୀର ଦାମ ନୀତିକୁ ନେଇ ବ୍ୟାପକ ସ୍ଥରରେ ସମାଲୋଚନା ହେବାପରେ କମ୍ପାନୀ ଏହି ପଦକ୍ଷେପ ନେଇଛି। କାରଣ କମ୍ପାନୀ କେନ୍ଦ୍ର ସରକାରଙ୍କୁ ଡୋଜ ପ୍ରତି ୧୫୦ ଟଙ୍କାରେ ବିକ୍ରି କରୁଛି। ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅକ୍ସଫୋର୍ଡ-ଏଷ୍ଟ୍ରେଜେନିକା ଭ୍ୟାକସିନ ନିର୍ମାଣ କରୁଛି।

   Related Posts