Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ବଜାରକୁ ଆସୁଛି ଏକ୍ସୟୁଭି୭୦୦ : ରହିଛି ଦମଦାର୍ ଫିଚର୍ ଓ ବିଶ୍ୱସ୍ତରୀୟ ଟେକ୍ନୋଲୋଜି

9/04/2021 at 12:05 PM

ନୂଆଦିଲ୍ଲୀ ୦୯/୦୪ :  ଦେଶର ପ୍ରମୁଖ କାର୍ ନିର୍ମାତା ମହିନ୍ଦ୍ରା ଘରୋଇ ବଜାରରେ ନିଜର ନୂଆ ଏସୟୁଭି ଏକ୍ସୟୁଭି୭୦୦କୁ ଲ଼ଞ୍ଚ୍ କରିବାକୁ ଯାଉଛି । କମ୍ପାନୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି । କମ୍ପାନୀର କହିବାନୁସାରେ ଏହି ନୂଆ ଏସୟୁଭି ଫିଚର୍ସ ଓ ଟେକନିକ୍ ମାମଲାରେ ଏକ ବେଞ୍ଚମାର୍କ ହେବ ।

ବିଶେଷଜ୍ଞଙ୍କ କହିବାନୁସାରେ,  ନୂଆ ଏସୟୁଭି କମ୍ପାନୀର ଭାଇକିଲ୍ ପୋର୍ଟପୋଲିଓରେ ଥିବା ଏକ୍ସୟୁଭି୫୦୦ ଓ ଅଲ୍ଟରସ୍ ଜି୪ ମଧ୍ୟରେ ହେବ । ମହିନ୍ଦ୍ରାର କହିବାନୁସାରେ, ନୂଆ ଏସୟୁଭିରେ ବିଶ୍ୱସ୍ତରୀୟ ଫିଚର୍ସ ରହିବ । ଏହା ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ ହେବ । ଏହାସହ ଉଭୟ ମାନୁଆଲ ଏବଂ ଅଟୋମେଟେଡ୍ ଗିଅର ବକ୍ସ ରହିବ ଯାହା ପ୍ରାୟ ସମସ୍ତ ଏସୟୁଭିରେ ଆସିଥାଏ ।  ଏଥିରେ ଏଡବ୍ଲ୍ୟୁଡି ସିଷ୍ଟମ ମଧ୍ୟ ପ୍ରଦାନ କରାଯାଇଛି ।

ଏକ୍ସୟୁଭି୭୦୦ ବର୍ତ୍ତମାନର ଏକ୍ସୟୁଭି୫୦୦ଠୁ ସାମାନ୍ୟ ଚଉଡା ହେବ । ଏହାସହ ଲମ୍ବା ମଧ୍ୟ ହେବ । ଏହାର ଭିତରରେ ଅଧିକ କ୍ୟାବିନ୍ ସ୍ପେସ୍ ରହିବ । ଆଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ, ପେନାରୋମିକ୍ ସନରୁଫ୍ ଓ ବଡ ଟଚସ୍କ୍ରିନ୍ ଇନଫୋମେଣ୍ଟ୍ ସିଷ୍ଟମ ପ୍ରଦାନ କରାଯାଇଛି ।

ଏବେ କମ୍ପାନୀ ପକ୍ଷରୁ କାରର ଇଞ୍ଜିନ୍ ତଥା ଅନ୍ୟ ବୈଶିଷ୍ଟ୍ୟ ବାବଦରେ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, କମ୍ପାନୀ ଏଥିରେ ୨.୨ ଲିଟର କ୍ଷମତା ଥିବା ଡିଜେଲ୍ ଓ  ୨.୦ ଲିଟର୍ ପେଟ୍ରୋଲ ଇଞ୍ଜିନର ବ୍ୟବହାର କରଥାଇପାରେ । ଏଥିରେ ୬ ସ୍ପିଡ୍ ମାନୁଆଲ ଓ ଟର୍କ କନଭର୍ଟର ଅଟୋମେଟିକ୍ ଟ୍ରାନ୍ସମିଷନ ଗିଅରବକ୍ସ ରହିଛି।

ଏବେ କମ୍ପାନୀ କେବଳ ଏସୟୁଭିକୁ ଲଞ୍ଚ୍ କରିବା ନେଇ ଘୋଷଣା କରିଛି । କିନ୍ତୁ କେବେ ଲଞ୍ଚ୍ ହେବ ସେନେଇ ତଥ୍ୟ ଦେଇନାହିଁ । ମିଡିଆ ରିପୋର୍ଟସ୍ ଅନୁସାରେ, ଯଦି ସବୁକିଛି ଠିକ୍ ରୁହେ ତେବେ ଚଳିତ ବର୍ଷ ଅକ୍ଟୋବରରେ ଏହାକୁ ଲଞ୍ଚ୍ କରାଯାଇପାରେ । କମ୍ପାନୀ ଏହି ପ୍ରକଳ୍ପ ଉପରେ ଜୋରଦାର କାମ କରୁଛି ।

   Related Posts