Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଚୀନ୍‌କୁ ପୁଣି ଫେରିଲା କରୋନା, ୫୩ ନୂଆ ମାମଲା ପରେ ୧୧ ଆବାସିକ ଅଞ୍ଚଳ, ୯ ସ୍କୁଲ ଲକଡାଉନ୍

14/06/2020 at 2:22 PM

ବେଜିଂ ୧୪।୬:  ଚୀନ୍‌ ଉପରେ ପୁଣି ଘନେଇଛି କରୋନା ଭାଇରସ ବିପଦ । ୫୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି। ସେପଟେ କରୋନା ଭାଇରସ୍ ଦ୍ୱିତୀୟ ଲହରକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି।  ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀର ପ୍ରମୁଖ ସି ଫୁଡ, ଫଳ ଓ ପନିପରିବା ବଜାର ସିନଫଡି ମାର୍କେଟ୍‌କୁ ବନ୍ଦ କରାଯାଇଛି। ଅଧିକାଂଶ ସଂକ୍ରମିତ ଏହି ବଜାରରେ କାମ କରନ୍ତି ନଚେତ ବଜାରକୁ କିଣାକିଣି ଲାଗି ଆସି ସଂକ୍ରମିତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।

ମିଳିଥିବା ସୂଚନା ଅନୁସାରେ କୋଭିଡ-୧୯ ସଂକ୍ରମଣର ପୁଣି ସୂଚନା ପରେ ସରକାର ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଥିବା ବେଳେ ଅନ୍ୟ ୫ଟି ବଜାରକୁ ଆଂଶିକ ଅଥବା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଏହା ଛଡା ଏହି ସବୁ ବଜାର ଅଞ୍ଚଳକୁ ଲାଗି ରହିଥିବା ଆବାସିୟ କ୍ଷେତ୍ର ଓ ବିଦ୍ୟାଳୟ ଲକଡାଉନ୍ କରିଦିଆଯାଇଛି। ଫଳରେ ୧୧ଟି ଆବାସୀୟ ଅଞ୍ଚଳ ଓ ୯ଟି ସ୍କୁଲ ଲକଡାଉନ୍‌ ହୋଇଯାଇଛି।

ବେଜିଂର ସିନଫଡି ସି ଫୁଡ୍ ମାର୍କେଟ୍ ୧୧୨ ହେକ୍ଟର ଅଞ୍ଚଳ ଉପରେ ବ୍ୟାପ୍ତ ରହିଛି ଓ ଏଠାରେ ୧୫ଶହ ପରିଚାଳକଙ୍କ ସମେତ ଅନୁନ୍ୟ ୫ହଜାର ଲୋକେ କାମ କରନ୍ତି। ସାଲମନ ମାଛରୁ ଏଠାରେ କରୋନା ଭାଇରସ୍ ବ୍ୟାପୁଥିବାର ଲୋକେ ଆଶଙ୍କା କରୁଛନ୍ତି। ଏଣୁ ନୂଆ ସଂକ୍ରମଣ ନେଇ ପ୍ରଚାରିତ ହେବା ପରେ ମୁଖ୍ୟ ସୁପରମାର୍କେଟ୍‌ରେ ମାଛ ବିକ୍ରି ବନ୍ଦ ହୋଇଯାଇଛି। ସେହିପରି ବଜାରରେ ବ୍ୟବସାୟ ଓ କାମ କରୁଥିବା ଲୋକଙ୍କ ଯାଞ୍ଚ ଆରମ୍ଭ କରିଦିଆଯାଇଛି।

କିଛି ସମୟ ପୂର୍ବରୁ କରୋନା ଭାଇରସ୍ ସଂକ୍ରମଣକୁ  ସଫଳ ଆୟତ୍ତ କରିଥିବାର ଚୀନ ଦାବି କରିବା ସହ ବାଣିଜ୍ୟ ବ୍ୟବସାୟ ସ୍ୱଭାବିକ ହୋଇଥିଲା। ତେବେ ଏହି ଘୋଷଣାର ମାତ୍ରକିଛି ସପ୍ତାହ ପରେ ପୁଣି କରୋନା ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି। ଚୀନରେ ଭୂତାଣୁସଂକ୍ରମଣ ଯୋଗୁ ୮୪ ହଜାର ଲୋକେ ସଂକ୍ରମିତ ହୋଇଥିବା ବେଳେ ୪ ହଜାର ୬୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଚୀନ ଦାବି କରିଥିଲା।

   Related Posts