Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଧନୀ-ଗରିବ ସମସ୍ତଙ୍କ ଜୀବନ ନେଉଛି କରୋନା, ଦୁଇ ସହକର୍ମୀଙ୍କୁ ହରାଇ ଭାବୁକ ହୋଇପଡ଼ିଲେ ସାଓମିର ଉପସଭାପତି

26/04/2021 at 6:06 PM

ନୂଆଦିଲ୍ଲୀ ୨୬/୪: କରୋନା ମହାମାରୀର ଦ୍ବିତୀୟ ଲହର ପୂରା ଭାରତକୁ ଅଣନିଃଶ୍ବାସୀ କରିପକାଇଛି। ଚତୁଃପାର୍ଶ୍ବରେ ତ୍ରାହିମାମ୍‌ ଶୁଭୁଥିବା ବେଳେ କରୋନା ଭୂତାଣୁ କିନ୍ତୁ ସଂହାରଲୀଳା ରଚିଛି। ହସ୍ପିଟାଲରେ ବେଡ୍‌ ନମିଳିବା ଠାରୁ ଶବ ପାଇଁ ଶ୍ମଶାନରେ ଜାଗ ନମିଳିବା ପର୍ଯ୍ୟନ୍ତ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଲୋକଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।

ଧନୀ ହେଉ କି ଗରିବ, କରୋନା କବଳରୁ ତ୍ରାହି ପାଇବା କାହା ପାଇଁ ପ୍ରାୟ ଅସମ୍ଭବ ହୋଇପଡ଼ିଛି। ହସ୍ପିଟାଲ ପରେ ଶ୍ମଶାନରେ ବି ଭିଡ଼ ଦେଖିବାକୁ ମିଳୁଛି। ଏହାରି ଭିତରେ ସାଓମି କମ୍ପାନୀର ଉପସଭାପତି ମନୁ କୁମାର ଜୈନଙ୍କ ଏକ ପୋଷ୍ଟ କରୋନାର ଭୟବହତାକୁ ନେଇ ମନରେ ଭୟ ବଢ଼ାଇଛି। ରବିବାର ସେ ଲିଙ୍କଡ୍‌ଇନ୍‌ରେ ଲେଖିଛନ୍ତି, ‘ ଗତକାଲି ଆମ ପାଇଁ ସବୁଠୁ ଖରାପ ଦିନ ଥିଲା । ଆମର  ଦୁଇ ଜଣ ଉତ୍ତମ ସହକର୍ମୀଙ୍କ ନିଧନ ହୋଇଯାଇଛି।’

ଦୁଇ କର୍ମଚାରୀଙ୍କ ମଧ୍ୟରେ ଜଣେ କୋଶଲ ଯିଏକି ଅଫଲାଇନ୍‌ ସେଲ୍ସରେ ରାଜ୍ୟ ମଖ୍ୟ ଥିଲେ। ଅନ୍ୟ ଜଣେ ମୁକେଶ ଯିଏ, ସାଓମି ଓ୍ବାୟରହାଉସ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଗତ ସପ୍ତାହରୁ ଉଭୟେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେମାନେ ସୁସ୍ଥ ହୋଇ ଆସୁଥିଲେ। କିନ୍ତୁ ଦୁଃର୍ଭାଗ୍ୟର କଥା ସେମାନଙ୍କୁ ଆମେ ହରାଇଛୁ ବୋଲି ମନୁ କୁମାର ଜୈନ ଲେଖିଛନ୍ତି।

   Related Posts