କମ ଦାମରେ କିଣନ୍ତୁ ୪୮ ମେଗାପିକ୍ସଲର ଥିବା ୪ଟି କ୍ୟାମେରାର ଫୋନ, Redmiର ଏହି ଫୋନରେ ଆଜି ଅଛି ଧମାକେଦାର ଅଫର

Published By : Prameya-News7 Bureau | December 03, 2019 IST

Xiaomiର ସସ୍ତା ଫୋନ ରେଡମି ନୋଟ ୮ (Redmi Note 8)ଆଜି ସେଲରେ ଅଛି। ଏହି ଫୋନର ସେଲ ଉଭୟ ଆମାଜୋନ ଓ ଜିଓମି ଅଫିସିଆଲ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ୱେବସାଇଟ୍‌ରେ ଗ୍ରାହକ ଫୋନ କିଣିବା ପାଇଁ ଅନେକ ଅଫର ପାଇବେ। ତେବେ ଫୋନର ଫିଚର୍ସ ଉପରେ ପକାନ୍ତୁ ନଜର।

{"id":193345,"sizeSlug":"large"}

ଏହି ପୋନ Amazonରୁ କିଣିଲେ ଗ୍ରାହକଙ୍କୁ ଏୟାରଟେଲ ତରଫରୁ ୧,୧୨୦ଜିବି ଡାଟା ଫ୍ରି ମିଳିବ। ଅପରପକ୍ଷରେ ଫୋନକୁ ଏମ୍‌ଆଇ ୱେବସାଇଟ୍‌ରୁ କିଣିଲେ ମଧ୍ୟ ଏୟାରଟେଲ ଅଫରର ଫାଇଦା ରହିବ। ଏଥିରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂର ଫାଇଦା ଉଠାଇପାରିବେ। Redmi Note 8ରେ ୬.୩୯ ଇଂଚର ଫୁଲ ଏଚ୍‌ଡି ଡିସପ୍ଲେ ରହିଛି। ଏହା 1080x2340 ପିକ୍ସେଲ ରିଜଲ୍ୟୁସନ ସହ ଆସେ। ଏଥିର ଫ୍ରଣ୍ଟ ଓ ବ୍ୟାକ ପ୍ୟାନାଲରେ ଗୋରିଲା ଗ୍ଲାସ ଦିଆଯାଇଛି। ଏହି ଫୋନ ୯୦ ପ୍ରତିଶତ ସ୍କ୍ରିନ ୨ ବଡି ରେସିଓ ଓ 19.5:9 ଏସ୍ପକେଟ୍‌ ରେସିଓ ସହ ଆସେ।

{"id":193346,"sizeSlug":"large"}

Xiaomi Redmi Note 8 ଆଣ୍ଡ୍ରୋଏଡ୍‌ ୯ ବେସ୍ଡ MIUI 10ରେ କାମ କରେ। ଏହି ଫୋନ୍‌ ନେପଟ୍ୟୁନ ବ୍ଲୁ, ମୁନଲାଇଟ୍‌ ହ୍ବାଇଟ୍‌, କସମିକ୍‌ ପର୍ପଲ ଓ ସ୍ପେସ ବ୍ଲାକ କଲରରେ ଅନ୍‌ଲାଇନ ଉପଲବ୍ଧ ରହିଛି।  Xiaomi Redmi Note 8 ରେ ୪୮ ମେଗାପିକ୍ସଲର ୩ଟି କ୍ୟାମେରା ଅଛି। ଏହି ଫୋନର ସବୁଠୁ ଖାସ ହେଉଛି ଏହାର କ୍ୟାମେରା । ଏହି ଫୋନର ଫ୍ରଣ୍ଟ କ୍ୟାମେରାରେ ୧୩ ମେଗାପିକ୍ସଲର ସେଲ୍ଫି କ୍ୟାମେରା ଲାଗିଛି। Xiaomi Redmi Note 8ରେ ୪୦୦୦ ଏମ୍‌ଏଏଚକିର ବ୍ୟାଟରୀ ଦିଆଯାଇଛି ଯାହା ୧୮ ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.