Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମାତ୍ର ଏତିକି ଟଙ୍କାରେ ଲଞ୍ଚ ହେଲା ୫ଜି ସ୍ମାର୍ଟଫୋନ୍ : ଜାଣନ୍ତୁ ଏହାର ଫିଚର

26/12/2019 at 10:41 AM

ନୂଆଦିଲ୍ଲୀ ୨୬/୧୨: ଆପଣ ଯଦି ଏବେ ନୂଆ ସ୍ମାର୍ଟଫୋନ୍ କିଣିବା ବିଷୟରେ ଭାବୁଛନ୍ତି ତେବେ ଟିକେ ଅପେକ୍ଷା କରନ୍ତୁ। ନିକଟରେ ଚାଇନା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ରେଡମି ଚାଇନାରେ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରି ଦେଇଛି। ଏହି ଫୋନଟି ହେଉଛି ରେଡମି କେ୩୦। ଏହାକୁ ନିକଟରେ ଚାଇନା ମାର୍କେଟରେ ଲଞ୍ଚ କରାଯାଇଛି। ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ୧୬୦୦୦ଟଙ୍କା ରଖାଯାଇଛି। ଜାଣନ୍ତୁ ଏହି ସ୍ମାର୍ଟଫୋନରେ ମିଳୁଥିବା ଫିଚର ବିଷୟରେ

ପ୍ରଥମେ ଆଲୋଚନା କରିବା ଫୋନରେ ଥିବା ଡିସପ୍ଲେ ବିଷୟରେ। ରେଡମି କେ୩୦ର ୬.୬୭ଇଞ୍ଚର ଡିସପ୍ଲେ ୧୨୦ଏଚଜେଡ ରିଫ୍ରେଶ୍ ରେଟ୍ ସହ ଆସିଥାଏ ଯାହାର ଆସପେକ୍ଟ ରେସିଓ ୨୦:୯। ଏହି ଡିଭାଇସରେ ଡ୍ୟୁଆଲ୍ ହୋଲ୍-ପଞ୍ଚ ଡିଜାଇନ୍ ଏବଂ କର୍ଭଡ ଏଜ୍ ଦିଆଯାଇଛି। ଏହା ସହିତ ଏହା ଫୁଲ୍ ଏଚଡି+ ରେଜୋଲ୍ୟୁସନ୍ ସହ ଆସିଥାଏ। ଡିଭାଇସର ଫ୍ରଣ୍ଟ ଏବଂ ବ୍ୟାକରେ ଗୋରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ୍ ଦିଆଯାଇଛି।

ଯଦି ପ୍ରୋସେର କଥା କହିବା ତେବେ ସ୍ମାର୍ଟଫୋନର ରେଗୁଲାର ୪ଜି ଭାରିଏଣ୍ଟରେ ସ୍ନାପଡ୍ରାଗନ୍ ୭୩୦ଜି ଚିପସେଟ୍ ଦିଆଯାଇଛି ଏବଂ ଏଥିରେ ଆଣ୍ଡ୍ରଏଡ ୧୦ବେସ୍ଡ ଏମଆଇୟୁଆଇ ୧୧ ଇଣ୍ଟରଫେସ୍ ଦିଆଯାଇଛି। ରେଡମି କେ୩୦ର ୫ଜି ଭାରିଏଣ୍ଟରେ ୭ଏନଏମ୍ ସ୍ନାପଡ୍ରାଗନ୍ ୭୬୫ଜି ଚିପସେଟ୍ ଦିଆଯାଇଛି। ଯାହା ଓ୍ବାଇଡ ୫ଜି ବ୍ୟାଣ୍ଡସକୁ ସପୋର୍ଟ କରିବ। ଦୁଇଟି ଭାରିଏଣ୍ଟରେ ୪୫୦୦ଏମଏଏଚ୍ ବ୍ୟାଟେରି ଦିଆଯାଇଛି। ୫ଜି ଭାରିଏଣ୍ଟରେ ବ୍ୟାଟେରି ପାଇଁ ୩୦ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଙ୍ଗ ସିଷ୍ଟମ୍ ସହ ୪ଜି ଭାରିଏଣ୍ଟରେ ୨୭ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଙ୍ଗ୍ ସିଷ୍ଟମ୍ ସପୋର୍ଟ ଦିଆଯାଇଛି।

   Related Posts