Xiaomi ୫ ମିନିଟ୍‌​‌ରେ ବିକିଲା ୩.୫ ଲକ୍ଷ Mi 11 ସ୍ମାର୍ଟଫୋନ୍‌, କମ୍ପାନୀ ଆକାଉଣ୍ଟକୁ ଗଲା ୧୬୦୦ କୋଟି

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧: ଚୀନ ମୋବାଇଲ୍‌ ଫୋନ୍‌ ନିର୍ମାତା ସାଓମି ପୁଣି ଏକ ରେକର୍ଡ କରିଛି। ସାଓମିର ଏକ ମଡେଲ କେବଳ ୫ ମିନିଟ୍‌ରେ ସବୁ ରେକର୍ଡ ଭାଙ୍ଗିଛି। ସାଓମିର ଏମଆଇ ୧୧ର ଶୁକ୍ରବାର ସେଲ୍‌ ଆରମ୍ଭ ହୋଇଛି। ସେଲ୍‌ ଆରମ୍ଭ ହେବାର ୫ ମନିଟ୍‌ରେ ସାଢ଼େ ୩ ଲକ୍ଷ ଏହି ସ୍ମାର୍ଟଫୋନ୍‌ ବିକ୍ରି ହୋଇଛି। ଏହାଦ୍ବାରା କମ୍ପାନୀ ଆଜି ୧୬୭୭ କୋଟି ଟଙ୍କା ବ୍ୟବସାୟ କରିଛି।

ଥୋମର ରିପୋର୍ଟ ଅନୁସାରେ କେବଳ ୫ ମିନିଟ୍‌ରେ ୩,୫୦,୦୦୦ ଏମଆଇ ୧୧ ବିକ୍ରି ହୋଇଛି। ଏହା ସହ ବିକ୍ରି ପୂର୍ବରୁ ଏମଆଇ ୧୧ ପାଇଁ ୭ ଘଣ୍ଟା ମଧ୍ୟରେ ୮୫୪,୦୦୦ ୟୁନିଟସ୍‌ ପାଇଁ ଅର୍ଡର ମିଳିଥିବା ଜଣାପଡ଼ିଛି।

ଏମଆଇ ୧୧ ସାଓମିର ପ୍ରଥମ ସ୍ନାପଡ୍ରାଗନ ୮୮୮ ପ୍ରୋସେସର ବିଶିଷ୍ଟ ଫୋନ୍‌। ଏଥିରେ ସବୁଠୁ ଆଡଭାନ୍ସ ଡିସ୍‌ପ୍ଲେ ରହିଛି। ଫଟୋ ଓ ଭିଡିଓ ପାଇଁ ଏହାର ୩ଣି ରିୟର କ୍ୟାମେରା ରହିଛି। ଏମଆଇ ୧୧ର ପ୍ରାଇମେରି କ୍ୟାମେରା ୧୦୮ ମେଗାପିକ୍ସଲ ଥିବା ବେଳେ ଏଥିରେ ଓଆଇଏସ୍‌ ଟେକ୍‌ନୋଲୋଜିର ବ୍ୟବହାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.