ଜିଓମି Xiaomi ଲଂଚ କଲା ଇଲେକ୍‌ଟ୍ରିକ୍‌ ବାଇକ୍‌, ଜାଣନ୍ତୁ ଏହାର ବିଶେଷତ୍ବ

Published By : Prameya-News7 Bureau | April 29, 2019 IST

wp:heading {"level":5}
/wp:heading

ଭାରତରେ  ଜିଓମି (Xiaomi) ମିଡ ବଜେଟ ରେଞ୍ଜର ସ୍ମାର୍ଟଫୋନ୍‌ ପାଇଁ ଜଣା। କିନ୍ତୁ ଚିନି କମ୍ପାନୀ ଜିଓମି କେବଳ ସ୍ମାର୍ଟଫୋନ୍‌ ନୁହଁ ବରଂ ସ୍ମାର୍ଟ ଟିଭି, ସ୍ମାର୍ଟ ଫୋନ୍‌ ଆକସେସରିଜ, ଫିଟ୍‌ନେସ ବ୍ୟାଣ୍ଡ, ଏୟାର ପ୍ୟୁରିଫାୟର ଓ ଅନ୍ୟାନ୍ୟ ପ୍ରଡକ୍ଟ ବଜାରରେ ବିକୁଛି। ଏବେ ଜିଓମି ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ମଧ୍ୟ ପାଦ ରଖିଛି। ଏହି କମ୍ପାନୀ  ଚୀନରେ ନୂଆ ବାଇକ୍‌ ଲଂଚ କରିଛି। ଏହି ବାଇକ୍‌ର ନାଁ ହେଉଛି ହିମୋ ଟି ୱାନ (Himo T1) । ଏହି ବାଇକ୍‌ରେ ମଲ୍‌ଟି ଫଙ୍କସନ କମ୍ବିନେଶନ ସୁଇଚ୍‌, ଷ୍ଟାର୍ଟ ବଟନ ଓ ଇଲେକ୍‌ଟ୍ରୋନିକ ଡିସପ୍ଲେ ଅଛି। ଏହି ଇଲେକ୍‌ଟ୍ରୋନିକ୍‌ ବାଇକ୍‌କୁ କ୍ରାଉଡ ଫଣ୍ଡିଙ୍ଗ ପାଇଁ ରଖାଯାଇଛି। ଚୀନ୍‌ରେ ଏହି ବାଇକ୍‌ର ବିକ୍ରି ୪ଜୁନ୍‌ରୁ ଆରମ୍ଭ ହେବ।

ଏହି ବାଇକ୍‌ର ମୂଲ୍ୟ ମାତ୍ର ୩୧୦୦୦ ଟଙ୍କା। ନୂଆ ବାଇକ୍‌କୁ ଲୋକେ କମ୍ପାନୀର କ୍ରାଉଡଫଣ୍ଡିଙ୍ଗ ପ୍ଲାଟଫର୍ମରେ ଦେଖିପାରିବେ। ଲୁକ୍‌ ଓ ଡିଜାଇନ୍‌ରେ ଏହା ମୋପେଡ ଭଳି ଦେଖିବାକୁ। କମ୍ପାନୀ ଏହି ଗାଡିକୁ ଖୁବ୍‌ ସାଧାରଣ  ଡିଜାଇନ ଦେଇଛି। ଏହି ଇଲେକ୍‌ଟ୍ରୋନିକ୍‌ ବାଇକ୍‌ ଚୀନ୍‌ ସହ ଅନ୍ୟ ଦେଶରେ ମଧ୍ୟ ବିକ୍ରି ହେବ। ଭାରତରେ ଜିଓମିର ଫୋନ୍‌ ସହ ଅନ୍ୟ ପ୍ରଡକ୍ଟ ଲଂଚ ହୋଇଛି। ହିମୋ ଟି ୱାନ (Himo T1) ଇଲେକ୍‌ଟ୍ରୋନିକ୍‌ ବାଇକ୍‌ରେ ତିନୋଟି ରଂଗ ସାମିଲ ହୋଇଛି ।

ଏହି ବାଇକ୍‌ଟି ଲାଲ, ଗ୍ରେ ଓ ହ୍ବାଇଟ୍‌ ମିଶା ରଂଗରେ ପ୍ରସ୍ତୁତ ହୋଇଛି ।  ଏଥିରେ ୧୪,୦୦୦ ଏମ୍ଏଏଚ୍‌ର ବ୍ୟାଟରି ଅଛି। କମ୍ପାନୀର ୱେବସାଇଟ୍‌ ଅନୁସାରେ ହିମୋ ଟି ୱାନ (Himo T1)ରେ ୧୪ ଏଏଚ୍‌/୨୮ ଏଏଚ୍‌ର ଏନର୍ଜି ଅପଶନ ଅଛି। ବାଇକ୍‌ରେ ଫ୍ରଣ୍ଟ ସସପେନଶନ ଫୋର୍କ, ଡୁଆଲ କ୍ବାଇଲଅର ରିଅର ସସପେନଶନ, ଡ୍ରମ ବ୍ରେକ ଓ ଆଗରେ ଡିସ୍କ ବ୍ରେକ୍‌ର ସୁବିଧା ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.