Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

Xiaomi ଲଞ୍ଚ୍ କଲା ମେଡ୍ ଇନ୍ ଇଣ୍ଡିଆ ଇକୋ-ଫ୍ରେଣ୍ଡଲି ଟି-ଶାର୍ଟ:୧୨ଟି ପ୍ଲାଷ୍ଟିକ୍ ବୋତଲକୁ ରିସାଇକିଲ୍ କରି ପ୍ରସ୍ତୁତ ହୋଇଛି

12/09/2020 at 2:48 PM

ନୂଆଦିଲ୍ଲୀ ୧୨/୦୯ : ଶିଓମୀ (Xiaomi) ଭାରତରେ ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ତେବେ ଏହି ନୂଆ ପ୍ରଡକ୍ଟ କୌଣସି ମୋବାଇଲ୍ ଫୋନ୍ ନୁହେଁ କି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନୁହେଁ । କମ୍ପାନୀ ନୂଆ ଟି-ଶାର୍ଟ ଲଞ୍ଚ୍ କରିଛି । କମ୍ପାନୀର ଏହି Mi Eco-Active ଟି-ଶାର୍ଟ ରିସାଇକିଲ୍ ମ୍ୟାଟେରିଆଲରେ ତିଆରି ହୋଇଛି । ଏହି ଟି-ଶାର୍ଟକୁ ୧୨ଟି ରିସାଇକିଲ୍ ପେଟ୍ ପ୍ଲାଷ୍ଟିକ୍ ବୋତଲରୁ ତିଆରି କରାଯାଇଛି । ଭାରତୀୟ ଉପମହାଦ୍ଵୀପର ବିଭିନ୍ନ ସ୍ଥାନରୁ ଏହି ବୋତଲ ଏକାଠି କରାଯାଇଥିଲା ।

ଏହିଭଳି ମ୍ୟାଟେରିଆଲ୍ ବ୍ୟବହୃତ ସତ୍ତ୍ୱେ ଏହା ବହୁତ ହାଲୁକା । ଏହା ଝାଳ ଶୋଷିପାରେ ଏବଂ ତ୍ୱଚା ପାଇଁ ମଧ୍ୟ ବହୁତ ଭଲ । ଏହା ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ । ଏହି ପ୍ରଡକ୍ଟ ଲଞ୍ଚ୍ ସହ ଶିଓମୀ ଭାରତରେ ଫିଟନେସ୍ ପ୍ରତି ଉତ୍ସାହିତ ଲୋକଙ୍କୁ ଟାର୍ଗେଟ କରିଛି । ଏହି ଟି-ଶାର୍ଟକୁ ପୁଣିଥରେ ରିସାଇକିଲ୍ କରାଯାଇ ପାରିବ ।

Mi.in ରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଟି-ଶାର୍ଟ ମ୍ୟାଟେରିଆଲ ପ୍ଲାଷ୍ଟିକ । ଏହାକୁ ହାତରେ ସଫା କରିବ ସହ ୱାସିଂ ମେସିନରେ ମଧ୍ୟ ସଫା କରିପାରିବେ । ଏହାକୁ ଅନ୍ୟ କୌଣସି ରଙ୍ଗର ପୋଷାକ ସହ ସଫା ନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଟି-ଶାର୍ଟର ପ୍ରିଟେଣ୍ଡ ସର୍ଫେସରେ ଆଇରନ୍ ନ କରିବାକୁ କୁହାଯାଇଛି ।

ଶିଓମୀର ଏହି ଟି-ଶାର୍ଟକୁ Mi.com ରେ କ୍ରାଉଡଫଣ୍ଡିଙ୍ଗ୍ ଦ୍ୱାରା ଉପଲବ୍ଧ କରାଯାଇଛି । ଟି-ଶାର୍ଟର ଦାମ୍ ୯୯୯ ଟଙ୍କା । ଟି-ଶାର୍ଟ ସହ ଏହାର ପ୍ୟାକେଜିଙ୍ଗ ମଧ୍ୟ ଇକୋ-ଫ୍ରେଣ୍ଡଲି ।

   Related Posts