ସେନାକୁ ଜିନ୍‌ପିଙ୍ଗଙ୍କ ଆହ୍ବାନ୍‌: କହିଲେ-‘ସଜାଗ ରୁହ, ଶକ୍ତି ବଢ଼ାଅ’

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଳୀ ୧୪/୧୦: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ ସେନା ବିଭିନ୍ନ ସମୟରେ ଅଶାନ୍ତି ସୃଷ୍ଟି କରୁଛି। କିନ୍ତୁ ଏହାର କଡ଼ା ମୁକାବିଲା କରୁଛି ଭାରତୀୟ ସେନା। ଅନ୍ୟପଟେ ଭାରତ ସରକାର ଚୀନକୁ ଆର୍ଥିକ ଝଟକା ମଧ୍ୟ ଦେଇଛନ୍ତି। ବିଭିନ୍ନ ଚୀନ୍‌ ଆପ ବ୍ୟାନ୍‌ କରିବା ପରେ ଚୀନ ସହିଛି ବିରାଟ କ୍ଷତି। ଏବେ ଚୀନ ପ୍ରତିଶୋଧ ପରାୟଣ ହେଉଥିବା ଦେଖିବାକୁ ମିଳିଛି। ଯୁଦ୍ଧ ପାଇଁ ସେନାକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ।

ଏହାସହ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା ସହ ଦେଶ ପାଇଁ ବିଶ୍ବସ୍ଥ ହେବାକୁ ସେନାକୁ ଆହ୍ବାନ ଦେଇଛନ୍ତି ଜିନପିଙ୍ଗ। ମଙ୍ଗଳବାର ଗ୍ବାଙ୍ଗଡଙ୍ଗର ଏକ ସେନା ବେସ୍‌ ଭ୍ରମଣରେ ଯାଇଥିଲେ ଜିନପିଙ୍ଗ। ଚୀନ ସେନାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ସହ ନିଜର ସମସ୍ତ ଶକ୍ତି ଖଟାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଯଦିଓ ତାଙ୍କର ଏହି ଆହ୍ବାନ ଯୁଦ୍ଧକୁ ଇଙ୍ଗିତ କରୁଛି କିନ୍ତୁ ଭାରତ, ଆମେରିକା କିମ୍ବା ଅନ୍ୟ ଦେଶ ବିରୋଧରେ କି ନୁହେଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ପିପୁଲ୍ସ ଲିବରେସନ୍ ଆର୍ମୀ(ପିଏଲଏ)ର ମେରାଇନ୍‌ ଫୋର୍ସଙ୍କୁ ସମ୍ବୋଧନ କରି ଦେଶ ପାଇଁ ବିଶ୍ବସ୍ଥ ହେବା ସହ ବିଶ୍ବସନୀୟ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି। ଏହାସହ ହାଇ ଆଲର୍ଟରେ ରହିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ସି ଜିନପିଙ୍ଗ। ସେପଟେ ପରିବର୍ତ୍ତନ କ୍ଷେତ୍ରରେ ନିର୍ମାଣକୁ ଗତି ଦେବା ସହ ଲଢ଼ୁଆ ବିମାନ କ୍ଷମତା ବୃଦ୍ଧି ଉପରେ ଜୋର ଦେବାକୁ ଜିନପିଙ୍ଗ ଆହ୍ବାନ ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.