ଅସହାୟ ଚୀନ୍ : ରାଷ୍ଟ୍ରପତି ଜିନପିଙ୍ଗ୍ କହିଲେ କରୋନା ଭାଇରସ୍ ଅଣାୟତ୍ତ , ୫୬୦ଟପିଲା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୬/୨: ଚୀନରେ ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ମୃତକଙ୍କ ସଂଖ୍ୟା ଲଗାତାର ବଢ଼ି ଚାଲିଛି। ଚୀନ ସରକାର ଦ୍ବାରା ଜାରି ସୂଚନା ଅନୁଯାୟୀ କରୋନା ଭାଇରସ୍ ଯୋଗୁଁ ୫୬୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଦେଶରେ ସ୍ଥିତି ସଙ୍ଗୀନ ବୋଲି କହିଛନ୍ତି।

{"id":220719,"sizeSlug":"large"}

ଚୀନରେ କରୋନା ଭାଇରସକୁ ନେଇ ରାଷ୍ଟ୍ରପତି ସି ଜିନପିଙ୍ଗ୍ ବୁଧବାର କହିଥିଲେ ଏଠାରେ ସ୍ଥିତି ସଙ୍କଟପୂର୍ଣ୍ଣ। ଭାଇରସକୁ ରୋକିବା ଏବଂ ଏହା ଉପରେ ନିୟନ୍ତ୍ରଣ ପାଇବା ପାଇଁ ଆଇନ୍ ଉପରେ ଆଧାରିତ ବୈଜ୍ଞାନିକ ଏବଂ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି। ସେ ଏହି କଥା କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ୍ କମିଟି ମିଟିଙ୍ଗ୍ ସମୟରେ କହିଥିଲେ।

{"id":220720,"sizeSlug":"large"}

କରୋନା ଭାଇରସ୍ ବ୍ୟାପିଥିବା ଚୀନ ସେନା ଡକାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗ୍ ନିଜ ଆଦେଶରେ କହିଛନ୍ତି ଯେ ଚୀନର ସେନା,ପିପୁଲ୍ସ ଲିବେରେସନ୍ ଆର୍ମି(ପିଏଲଏ)ଙ୍କୁ ଏବେ ଏହି ମହାମାରୀକୁ ରୋକିବା ଦାୟିତ୍ବ ନେବାକୁ ହେବ। ସେନାଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ପରିସ୍ଥିତି ଅଣାୟତ୍ତ ଏବଂ ଚ୍ୟାଲେଞ୍ଜରେ ଭରି ରହିଛି। ପିଏଲଏଙ୍କୁ ନିଜ ଉଦ୍ଦେଶ୍ୟକୁ ଧ୍ୟାନ ରଖିବାକୁ ପଡ଼ିବ ଏବଂ ଆଦେଶର ପାଳନ କରିବାକୁ ପଡ଼ିବ।

{"id":220721,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.