ଯୁଦ୍ଧ ପ୍ରସ୍ତୁତ କରୁଛନ୍ତି ଜିନ୍‌ପିଙ୍ଗ ! ପିଏଲ୍‌ଏକୁ ଦେଲେ ନିର୍ଦ୍ଦେଶ, ‘ପ୍ରସ୍ତୁତ ରୁହ ଯେପରି ଗୋଟିଏ ସେକେଣ୍ଡରେ ଯୁଦ୍ଧ କ୍ଷେତ୍ରକୁ ଆସିଯିବ’

Published By : Prameya-News7 Bureau | January 05, 2021 IST

ବେଜିଂ ୦୫/୦୧: ପ୍ରଥମେ ଏଲଏସିରେ ଟ୍ୟାଙ୍କ ମୁତୟନ ପୁଣି ପରେ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛି ଚୀନ। ସେମାବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ସେନାଙ୍କୁ ‘କୌଣସି ବି ସେକେଣ୍ଡରେ କାର୍ଯ୍ୟାନୁଷ୍ଠାନ’ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ପ୍ରସ୍ତୁତ ରହିବା ସହ ବାସ୍ତବିକ ଯୁଦ୍ଧ ପରିସ୍ଥିତ ସମ୍ପର୍କରେ ଟ୍ରେନିଂ ବୃଦ୍ଧି କରିବାକୁ ନିଜ ସେନାଙ୍କୁ କହିଛନ୍ତି ଜିନପିଙ୍ଗ।

ସି ଜିନପିଙ୍ଗ କହିଛନ୍ତି, ‘ପିପୁଲ୍ସ ଲିବରେସନ୍‌ ଆର୍ମୀ କୌଣସି ସେକେଣ୍ଡରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିବା ଦରକାର। ସବୁ ବେଳେ ଯୁଦ୍ଧାଭ୍ୟାସ ଜାରି ରହିବା ଦରକାର। ପ୍ରଶିକ୍ଷଣରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ଘଟିବା ଆବଶ୍ୟକ। ’ ସେଣ୍ଟ୍ରାଲ ମିଲିଟାରି କମିଶନ୍‌ (ସିଏମସି)ର ପ୍ରଥମ ନିର୍ଦେଶରେ ବାସ୍ତବିକ ଯୁଦ୍ଧ ପରିସ୍ଥିତିରେ ପ୍ରଶିକ୍ଷଣ ଦ୍ବାରା ସେନାର ଶକ୍ତି ଓ ଜିତିବାର କ୍ଷମତା ବୃଦ୍ଧି ଉପରେ ଜୋର ଦେଇଥିଲେ ସି ଜିନପିଙ୍ଗ।

କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ମିଲିଟାରି ଫୋର୍ସ ଭାବେ ପିଏଲଏ ସିଏମସି ଓ ସିବିସିର ସବୁ ଅର୍ଡର ମାନି ଜୁଲାଇ ୧ରେ ପାର୍ଟିର ୧୦୦ ତମ ସ୍ଥାପନା ଦିବସରେ ତାକତ ଦେଖାଇବାକୁ ଫୁଲ ଦମରେ ଲାଗିପଡ଼ିବା ଜରୁରି ବୋଲି ସେ କହିଛନ୍ତି।  ଏହା ସହ ଜିନପିଙ୍ଗ ଆହୁରି ମଧ୍ୟ କହିଛନ୍ତି, ‘ପିଏଲଏ ଟ୍ରେନିଂ ଓ ଯୁଦ୍ଧ ପ୍ରକ୍ରିୟାରେ ନୂଆ ଉପକରଣର ବ୍ୟବହାର କରୁ।  ଟେକ୍‌ ପ୍ଲସ୍‌ ଓ ଓେବ‌ ପ୍ଲସ୍‌ର ବ୍ୟବହାର ପିଏଲଏ ବ୍ୟାପକ ଭାବେ କରିବା ଦରକାର।’

ତେବେ ଜୁନ ୨୦୨୦ରେ ଭାରତ ସହ ଚୀନର ସମ୍ପର୍କରେ ତିକ୍ତତା ଆସିଛି। ଗଲଓ୍ବାନ ଘାଟି ଘଟଣାରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ବହୁବାର କମାଣ୍ଡସ୍ତରୀୟ ଆଲୋଚନା ହୋଇଥିବା ବେଳେ ଚୀନ କିନ୍ତୁ ନିଜର ହୀନ ଚକ୍ରାନ୍ତ ରଚିବାରେ ବ୍ୟସ୍ତ। ବାରମ୍ବାର ପିଏଲକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.