ମଉଳିଲା ଜିନପିଙ୍ଗଙ୍କ ଜାପାନ ଭ୍ରମଣ ଆଶା, ମିଳିନପାରେ ସିଞ୍ଜୋ ଏବେଙ୍କ ଅନୁମତି

Published By : Prameya-News7 Bureau | July 04, 2020 IST

ଟୋକିଓ: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗଙ୍କ ଚଳିତ ବର୍ଷ ଜାପାନ ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ଏକପ୍ରକାର ନିଶ୍ଚିତ ବୋଲି ଜଣାଗଲାଣି। ଗୋଟିଏ ପଟେ କରୋନା ଭାଇରସ ମହାମାରୀ ଅନ୍ୟପଟେ ଚୀନର ଲୋଲୁପ ଦୃଷ୍ଟି ଏବେ ଜାପାନରେ ଚୀନ ବିରୋଧ ବଢିବାରେ ଲାଗିଛି। ଏଣୁ ୨୦୦୮ମସିହା ପରେ ଜାପାନକୁ ଚୀନ୍‌ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତକାର୍ଯ୍ୟକ୍ରମ ଲାଗି ଦେଖା ଦଇଥିବା ଉତ୍ସାହ କ୍ରମଶଃ ଶିତଳ  ହେବାରେ ଲାଗିଛି।

ଗତ କିଛି ସମୟ ହେଲା ଜାପାନ ଓ ଚୀନ ସମ୍ପର୍କ ଏତେଟା ଭଲ ନାହିଁ। ଏଥିରେ ଚୀନ୍‌ ସରକାର ହଙ୍ଗକଙ୍ଗରେ ନୂଆ ଆଇନ ଲାଗୁ କରିବା ଏବେ ଜାପାନ ସ୍ୱାର୍ଥ ପରିପନ୍ଥି ହୋଇପାରେ। ଏଣୁ ଆଇନକୁ ନେଇ ଜାପାନୀ ବ୍ୟବସାୟ ସମୂଦାୟ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷରେ ପ୍ରଧାନମନ୍ତ୍ରୀ  ସିଞ୍ଜୋ ଏବେ ଚୀନ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତକୁ ଦେଶରେ ସ୍ୱାଗତ କରି ନ ପାରନ୍ତି।

ଚୀନ୍‌ରେ କରୋନା ସଂକ୍ରମଣ ଥମିବା ପରଠାରୁ ପ୍ରତ୍ୟେକ ସୀମାରେ ଏବେ ବିବାଦ ସୃଷ୍ଟି କରୁଛି। ଏଣୁ ସାରା ବିଶ୍ୱରେ ଚୀନ୍‌କୁ ନେଇ ଉତ୍ତେଜନା ଦେଖା ଦେଇଛି। ଏଥିରୁ ଜାପାନ ମଧ୍ୟ ବାଦ ପଡିନି। ଚୀନ୍‌ ନୌସେନା ଗତ ଏପ୍ରିଲ ମାସରୁ ବାରମ୍ବାର ଜାପାନ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରିଚାଲିଛି। ଏହାକୁ  ଜାପାନ ବିରୋଧ କରୁଥିଲେ ହେଁ ଏଥିପ୍ରତି ଚୀନ୍‌ ନୌସେନା ଧ୍ୟାନ ଦେଉ ନାହିଁ। ଏଣୁ ଉପୁଜିଥିବା ପରିସ୍ଥିତି ନୂଆ ସମସ୍ୟା ସୃଷ୍ଟି କରିଛି।

ତେବେ ଜାପାନ ଲାଗି ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି ହଙ୍ଗକଙ୍ଗ। ଏଠାରେ ଜାପାନର ୧୪ଶହ ପ୍ରତିଷ୍ଠିତ ବ୍ରାଣ୍ଡ କାରବାର କରୁଛନ୍ତି। କୃଷି ଉତ୍ପାଦ କାରବାର କରୁଥିବା ଏହି କମ୍ପାନୀମାନେ ଏବେ ଚୀନ୍‌ ଆଇନ ଯୋଗୁ ଏଠାରେ ଗୁରୁତର ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ହୁଏତ ଜିନପିଙ୍ଗ ନିଜ ଆଡୁ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିପାରନ୍ତି ନଚେତ ତାଙ୍କ ଗସ୍ତ ବାତିଲ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.